ସ୍ୱାଭିମାନ ଅଂଚଳରେ ବିକାଶ ନାମରେ ହେଉଛି ନିମ୍ନମାନର କାମ

14

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ସ୍ୱାଭିମାନ ଅଂଚଳରେ ବିକାଶ ନାମରେ ହେଉଛି ନିମ୍ନ ମାନର କାମ । ଯାହାର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଜିଲ୍ଲା କଂଗ୍ରେସ । ହଁ ଦର୍ଶକ ବନ୍ଧୁ ଏକଦା ଦିନେ ବିଛିନ୍ନାଅଞ୍ଚଳ କୁହା ଯାଉଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର 151ଟି ଗ୍ରାମକୁ ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳ ରୂପେ ଘୋଷଣା କରି ଏହାର ବିକାଶ ନିମନ୍ତେ 100 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଥିଲେ କିନ୍ତୁ ରାଜ୍ୟ ସରକାରଙ୍କ ଅନୁଦାନ ରାଶି ବିକାଶ ମୁଳକ କାର୍ଯ୍ୟରେ ଖର୍ଚ୍ଚ ହେବା ପରିବର୍ତ୍ତେ ନିମ୍ନ ମାନର କାମ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ ହେଉଛନ୍ତି ଯାହାର ଏକ ଅଭିଯୋଗ ନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ । ଦେଖନ୍ତୁ ଏହି ଦୃଶ୍ୟକୁ ଏହି ଦୃଶ୍ୟ ହେଉଛି ସ୍ୱାଭିମାନ ଅଞ୍ଚଳ ର ବଡ଼ପଦର ପଞ୍ଚାୟତ ର ବାଙ୍ଗୁରପଡା ଓ ଈଶ୍ୱରଗୁଡା ଗ୍ରାମକୁ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କାମ ଚାଲିଥିବା ବେଳେ ଏହାର ନିର୍ମାଣ ସମୟରେ ହିଁ ଫାଟି ଆଁ କରିଛି ଯାହାକୁ ନେଇ ଅନେକ ଥର ଗ୍ରାମବାସୀ ମାନେ ଠିକାଦାର ଓ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା କଂଗ୍ରେସ ସହାୟତା ରେ ସ୍ୱାଭିମାନ ଅଂଚଳ ବାସୀ ଜିଲ୍ଲାପାଳଙ୍କ ନଜରକୁ ଆଣିଛନ୍ତି । ତେବେ ଅଭିଯୋଗ ପାଇବା ପରେ ଏବେ ଦେଖିବାକୁ ବାକି ରହିଲା ମାଲକାନଗିରି ଜିଲ୍ଲାପାଳ ଆଗାମି ଦିନରେ କଣ ପଦକ୍ଷେପ ନେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More