ସ୍ୱାଧୀନତା ଦିବସ ଓ ଗୁଳିକାଣ୍ଡ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

13

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କାର୍ଯାଳୟ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷ ମହେଶ୍ୱର କୁମାର ବାକାଙ୍କ ଅଧ୍ୟକତାରେ, ଆସନ୍ତା ଅଗଷ୍ଟ 15 ସ୍ୱାଧୀନତା ଦିବସ ଓ ଅଗଷ୍ଟ 21 ଗୁଳିକାଣ୍ଡ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ବି. ଡି. ଓ. ଆଶିଷ କୁମାର ଭୋଇ, ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ. ଜ଼ିଲ୍ଲାପାରିଷଦ ସଭ୍ୟା ସୁସ୍ମିତା ନାୟକ ମଞ୍ଚାସିନ ଥିବା ସ୍ଥଳେ, ମାଥିଲି ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା, ୱାର୍ଡମେମ୍ବର, ବ୍ଲକ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଓ ମାଥିଲି ବ୍ଲକର ସମସ୍ତ ବୁଦ୍ଧିଜୀବୀ ଓ ଯୁବକ ମାନେ ଉପସ୍ଥିତ ଥିଲେ । ଆଗାମୀ ଅମୃତ 75 ବର୍ଷ ସ୍ୱାଧୀନତା ଦିବସ ଓ ଅଗଷ୍ଟ 21 ମାଥିଲି ଗୁଳିକାଣ୍ଡ ଦିବସ କିଭଳି କରନା ଗାଇଡ଼ ଲାଇନ ଅନୁଯାଇ କରାଯିବ ଆଲଚନା କରାଯାଇଥିଲା, ଗତ ଦୁଇବର୍ଷ ହେବ କରନା ଯୋଗୁ ଧୂମଧାମରେ ପାଳନ ହୋଇନଥିବା ସ୍ଥଳେ, ଏବର୍ଷ ଲଗୁଚାପ ବର୍ଷାରେ କିଭଳି ପାଳନ କରାଯିବ ସେଥିପାଇଁ ସମସ୍ତଙ୍କ ମତାମତ ନିଆଯାଥିଲା । ସ୍ୱାଧୀନତା ଦିବସ ପ୍ରତ୍ୟେକ ବର୍ଷ ଭଳି ଖେଳପଡିଆ ଠାରେ ପେରେଡ ସହ ଭିଭିନ୍ନ ପ୍ରକାର ଖେଳ ଓ ସଂସ୍କୃତି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିରକରାଯାଇଛି । ବର୍ଷା ହେଲେ ଏହାକୁ ସ୍ଥଗିତ କରାଯିବ ବୋଲି କୁହାଯାଇଛି । ସେଭଳି ଅଗଷ୍ଟ 21 ମାଥିଲି ଗୁଳିକାଣ୍ଡ ଦିବସ ପ୍ରତ୍ୟେକ ଦଳ ଓ ଆଦିବାସୀ ସଙ୍ଘ ଦ୍ୱାରା ଅଲଗା ଅଲଗା ପାଳନ କରିଆସୁଥିଲେ, ଆଜିର ଏହି ବୈଠକ ରେ ଏକ କମିଟି ଗଠନ କରାଯାଇ, ସମସ୍ତ ରାଜନୀତିକ ଦଳ ଓ ଭଭିନ୍ନ ସଂଘାଠନ ଏଂବ ସରକାରୀ କର୍ମଚାରୀ, ବରିଷ୍ଟ ନାଗରିକଙ୍କୁ ନେଇ କମିଟି ଗଠନ କରାଯାଇଛି । ଏଥିରେ ସମସ୍ତେ ମିଳିମିଶି ଅଗଷ୍ଟ 21 ଗୁଳିକାଣ୍ଡ ଦିବସ ସକାଳ 11ଟାରେ ଶହୀଦ ଲକ୍ଷ୍ମଣ ନାୟକ ଭବନ ରୁ ଶୋବାଯାତ୍ର ବାହାରି ଗ୍ରାମପରିକ୍ରମା କରିବା ସହ ମାଥିଲି ଥାନାରେ ଅଗଷ୍ଟ 21- 1942ରେ ଗୁଳିକାଣ୍ଡରେ ଶହୀଦଙ୍କ ଶହୀଦ ସ୍ତମ୍ଭରେ ଶୋଭା କରାଯିବ। ଏଥିରେ ମାଲକାନଗିରି ଜିଲ୍ଲାପାଳ, ଏସ. ପି. ମାନ୍ୟଗଣ ବ୍ୟକ୍ତିଙ୍କ ସହ ରାଜ୍ୟର ମନ୍ତ୍ରୀ, ବିଧାୟକ, ତଥା ସମସ୍ତ ମାନ୍ୟଗଣ ବେକ୍ତିଙ୍କୁ ଅମାତ୍ରଣ କରାଯିବାକୁ ସ୍ଥିରହୋଇଛି । ଆଜିର ଏହି ବୈଠକ ରେ ସମାଜସେବୀ ସ୍ମୃତିରଞ୍ଜନ, ବରିଷ୍ଠ ନାଗରିକ ଅବଦୁଲ ଗାଫାର. ବରଷ୍ଟ ସାମ୍ବାଦିକ ଏମ. ଡି. ଆକବର, ଟୁନିଆ ସାହୁ, ମହେଶ୍ୱର ରାଓ, ସଞ୍ଜୟ ପଣ୍ଡା, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More