ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଭାଗୃହ ଠାରେ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ପାପଡାହାଣ୍ଡି ବିଡ଼ିଓ ଦିବାକର ବାଗ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ କୁ ମହା ଆଡମ୍ବର ସହକାରେ ପାଳନ କରିବା ସହ ଏଥିରେ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ସାମିଲ ହେବାପାଇଁ ନିର୍ଦ୍ଦେଶ ଦେବାସହ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କୁ ସମସ୍ତ ବିଦ୍ୟାଳୟ ମାନଙ୍କ ଠାରେ କ୍ରୀଡା, ସାଂସ୍କୃତିକ, ଡିବେଟ ଓ ରଚନା ଲିଖନ ଆଦି ର ପ୍ରତିଯୋଗିତା କରି ସ୍ୱାଧୀନତା ଦିବସରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ କହିଥିଲେ | ସ୍ଥାନୀୟ ଦଳେଇଗୁଡ଼ା ମିନି ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଏଠାରେ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଜୁନିଅର ଓ ସିନିଅର ବର୍ଗର ଛାତ୍ର ଛାତ୍ରୀ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ କହିଥିଲେ | ଚଳିତ ବର୍ଷ ଅମୃତ ମହୋତ୍ସବ ଚାଲିଥିବା ଯୋଗୁଁ ସେହିଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଥିବା ଉପାଧକ୍ଷ ସୁଶାନ୍ତ ବେହେରା କହିଥିଲେ | ଏହି କାର୍ଯ୍ୟକ୍ରମକୁ ଜିପିଇଓ ଅକ୍ଷୟ ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ତହସିଲଦାର ଯୋଗେଶ୍ବର ଭୋଇ ,ଏ ଇ ଇ ହିମାଂଶୁ ମେହେର, ବିଏସଏସଓ କିସାନ ସୁବ୍ରତ, ସଂକୁନ୍ତଳା ନାୟକ, ଈଶ୍ୱର ବିଶୋଇ , ଏବିଇଓ ଦଶରଥ ଗଣ୍ଡ, ଏବଂ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More