ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପାନୀୟ ଜଳରୁ ବଞ୍ଚିତ

34

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) : ପ୍ରକୃତରେ ଜଳ ହିଁ ଜୀବନ କିନ୍ତୁ ରାଇକିଆ ବ୍ଲକର କୁମ୍ଭାରଖାଡ଼ି ଗ୍ରାମରେ ରାବାମାହା,ପଟାମାହା, ତାଡ଼ିମାହା, ଅକନାଯୁ,ବୁଡାମାହା,ଅସାରମାହା,ଗଂଜୁନାଜୁ,ଗହିମାହା,ଅପାଡ଼ା ଇତ୍ୟାଦି ସାହିର ଲୋକମାନେ ବିଷାକ୍ତ ଜଳ ଉପରେ ନିର୍ଭର କରି ଆସୁଛନ୍ତି । କୁମ୍ଭାରଖାଡ଼ି ଗ୍ରାମରେ ୧୦୦ରୁ ଉର୍ଦ୍ଧ ପରିବାର ଓ ପାଖା ପାଖି ୯୦୦ରୁ ୧୦୦୦ ଲୋକେ ବସବାସ କରିଆସୁଥିବା ବେଳେ,ତିନୋଟି ନଳକୂପ ଅଛି ସେଥି ମଧ୍ୟରୁ ଦୁଇଟି ବର୍ଷ ବର୍ଷ ଧରି ଖରାପ ହେଇଥିବା ଯୋଗୁଁ କୁମ୍ଭାରଖାଡ଼ି ଗ୍ରାମର ଲୋକମାନେ ବାଧ୍ୟହୋଇ ବିଲପାଣି, ଝରଣାପାଣି,ଚୁଆ ପାଣି,ଇତ୍ୟାଦି ବିଷାକ୍ତ ଜଳକୁ ବ୍ୟବହାର କରି ଆସୁଅଛନ୍ତି । କୁମ୍ଭାରଖାଡ଼ି ଗ୍ରାମର ଗ୍ରାମବାସୀ ମାନଙ୍କୁ ଭୋଟ ସମୟରେ ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ବିଭିନ୍ନ ଦଳର ନେତା ଓ ଅଫିସର ମାନେ ପ୍ରତିଶ୍ରୁତି ଦେଇଥିବାବେଳେ ଲୋକମାନଙ୍କ ପାଇଁ ରୋଜଗାର କଥା ତ ଦୁରର କଥା ପାନୀୟ ଜଳର ବ୍ୟବସ୍ଥା କରିନଥିବା ଦେଖିବାକୁ ମିଳିଛି । ଏହି ଗ୍ରାମର ଲୋକମାନେ ପାନୀୟ ଜଳର ବ୍ୟବସ୍ଥା ଓ ଖରାପ ନଳକୂପର ମରାମତି କରିବା ପାଇଁ, ମାଣି କେଶ୍ୱର ପଞ୍ଚାୟତର ସରପଞ୍ଚ ଶ୍ରୀ ଭୂଷଣ ପ୍ରଧାନ,ରାଇକିଆ ବ୍ଲକର RWSS ର କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁନ ବିଶୋଇ,ରାଇକିଆ ବିଡିଓ, ଜିଲ୍ଲାପାଳ ଶ୍ରୀମତୀ ଡକ୍ଟର ଡି ବୃନ୍ଦା ଙ୍କୁ ଲିଖିତ ଅଭିଯୋଗ କଲାପରେ ମଧ୍ୟ ଫଳ ଶୂନ । ଶୂନ, ଶୂନ, ଶୂନ। ରାଇକିଆ ବ୍ଲକରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଦାୟିତ୍ୱ ରେ ଥିବା RWSS ର କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଦ୍ୟୁନ ବିଶୋଇ ମାସ ପରେ ମାସ ବର୍ଷ ପରେ ବର୍ଷ ସମୟ ଦେଇ ତିନି ବର୍ଷ ବିତିଗଲା ପରେ ବର୍ତ୍ତମାନ ସରପଞ୍ଚ ଓ BDO ଙ୍କୁ କୁହ କହି କୁମ୍ଭାରଖାଡୀ ଗ୍ରାମର ଲୋକମାନଙ୍କୁ ବୋକା ବନେଇ ଆସୁଛନ୍ତି । ଭାରତ ସ୍ୱାଧୀନ ହୋଇ ୭୪ ବର୍ଷ ବିତିଗଲା ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଲୋକମାନେ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି । ବିଲପାଣି, ନାଳ ପାଣି, ଝରଣାପାଣି,ଚୁଆଂପାଣି,ଗାଧୋଇବା,ସଫାକରିବା, ରୋଷେଇ କରିବା, ପିଇବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣା ପଡ଼ିଛି । ସରକାର ଏହି ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ପାନିୟ ଜଳର ବ୍ୟବସ୍ଥା ଯଦି ତୁରନ୍ତ ନକରନ୍ତି ଆଗାମୀ ଦିନରେ ପାନୀୟଜଳକୁ ନେଇ ଏହି ଗ୍ରାମର ଲୋକମାନେ,ମହିଳାମାନେ ଓ ଯୁବଗୋଷ୍ଠୀ,ରାଇକିଆ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More