ସ୍ୱାଧୀନତାର ୭୪ ବର୍ଷ ପରେ ବି ଏମିତି ଏକ ଗାଁ ମୌଳିକ ଅଧିକାରରୁ ବଞ୍ଚିତ

24

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : ସ୍ୱାଧୀନତାର ୭୪ବର୍ଷ ପରେ ବି କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି ଏକ ଗାଁ ଅଛି ସେମାନେ ତାଙ୍କର ମୌଳିକ ଅଧିକାରରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜିଲ୍ଲା କାର୍ଯ୍ୟଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଚନ୍ଦନପୁର ଜେନା ସାହି ଗାଁ। ଏହି ଗାଁକୁ ପାଟନାଳୀ ପାର ହୋଇ ଯାଉଛନ୍ତି ଗ୍ରାମବାସି । ଖାଲି ସେତିକି ରେ ସେମାନଙ୍କ ଦୁଃଖ ହେଉଛି ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଂଚି ପାରିନାହିଁ । ଏହି ସମସ୍ୟା ଯୋଗୁ ଗାଁ ଛାଡିଲେଣି ଅନେକ ପରିବାର । ସ୍ୱାଧୀନତାକୁ ୭୪ ବର୍ଷ ପୁରୀ ଥିଲେ ମଧ୍ୟ୍ୟ ଗାଁକୁ ରାସ୍ତାଟିଏ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ତିଆରି ହୋଇପାରି ନାହିଁ। ଚନ୍ଦନପୁର ଜେନା ସାହିକୁ ରାସ୍ତା ନଥିବାରୁ ସାମାନ୍ୟ ବର୍ଷା ହେଲେ ଏହି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଜାତୟତରେ ବାଧାପ୍ରାପ୍ତ ହୋଇଥାଏ। ଏପରିକି ଯଦି ରାତି ଅଧାରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲା ତାହେଲେ କଥା ନକହିଲେ ଭଲ। ଚନ୍ଦନପୁର ଜେନା ସାହିରେ ୭ଗୋଟି ଦଳିତ ପରିବାର ବସବାସ କରନ୍ତି । ପ୍ରାୟ ସାତ ପିଢ଼ି ହେଲା ଗ୍ରାମବାସି ଏହି ସମସ୍ୟା ସହ ଯୁଝି ହେଉଛନ୍ତି । ଗାଁକୁ ଏଯାଏଁ ବିଜୁଳି ଆଲୁଅ ପହଂଚି ପାରି ନାହିଁ । ଗୋଟିଏ ନଳକୂପ ଉପରେ ଭରଷା କରି ଚାଲୁଛନ୍ତି ଗ୍ରାମବାସି । ତେବେ ଏହି ସମସ୍ୟା ଯୋଗୁ ବର୍ଷା ଋତୁରେ ଗାଁର ପିଲାମାନକୁ ଦୂର ସମ୍ପର୍କୀୟ ଘରକୁ ପଠାଇ ଦିଆଯାଏ । ଏହା ବ୍ୟତୀତ ଗାଁର ଦୁଇ ପରିବାର ଗାଁ ଛାଡି ଅନ୍ୟତ୍ର ବସବାସ କରୁଛନ୍ତି । କିନ୍ତୁ ଯେଉଁ ମାନେ ବାପା ଅଜା ଭିଟା ମାଟି ମୋହରେ ପଡ଼ି ରହିଛନ୍ତି ତାଙ୍କ ଦୁଃଖ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି । ତେବେ ଗ୍ରାମବାସି ବାରମ୍ବାର ଏହି ସମସ୍ୟା ବିଷୟରେ ସ୍ଥାନୀୟ ରାଜନେତା । ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୋଣସି ଫଳ ମିଳିପାରୁ ନାହିଁ । ସେମାନେ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳ ଓ ବିଡ଼ିଓ କଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ଏହି ଚନ୍ଦନପୁର ଜେନା ସାହିକୁ ରାସ୍ତା ,ବିଜୁଳୀ ଓ ପାନିୟ ଜଳର ସମସ୍ୟା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧରଣରେ ଦାବି ହୋଇଛି। କେନ୍ଦ୍ରାପଡାରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More