ଜଗତସିଂହପୁର(ସଂଘର୍ଷ ମିଡିଆ ) :- ଜଗତସିଂହପୁର ସଦର ମହକୁମା ସ୍ଥିତ ଚର୍ଚ୍ଚିକା ବଜାର ଠାରେ ସ୍ୱସ୍ତିକ୍ ହସ୍ପିଟାଲର ଶୁଭାରମ୍ଭ ତଥା ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଅଛି। ଏହି ହସ୍ପିଟାଲ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କ୍ଷେତ୍ରବାସୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ତେବେ ଆଧୁନିକ ଚିକିତ୍ସା କ୍ଷେତ୍ରରେ ଏହି ହସ୍ପିଟାଲ ଜଗତସିଂହପୁର ଜିଲ୍ଲାର ଲୋକଙ୍କ ପାଇଁ ସହାୟକ ହେବା ସହ ସମସ୍ତ ଅତ୍ୟାଧୁନିକ ପଦ୍ଧତି ରେ ରୋଗ ନିରୂପଣ କରାଯିବା, ଏବଂ ସର୍ବୋପରି ସହଜ ଏବଂ ସୁଲଭ ମୂଲ୍ୟରେ ରୋଗୀଙ୍କୁ ଅତ୍ୟାଧୁନିକ ତଥା ଉନ୍ନତମାନର ସେବା ପ୍ରଦାନ କରାଯିବ ବୋଲି ହସ୍ପିଟାଲର ମୁଖ୍ୟ ଡକ୍ଟର ଅଚ୍ୟୁତ ଚରଣ ମହାନ୍ତି ପ୍ରକାଶ କରିଛନ୍ତି। ଏଠାରେ ଗରିବ ତଥା ଅସହାୟ ରୋଗୀଙ୍କ ଠାରୁ ଆରମ୍ଭ କରି ଆର୍ଥିକ ସ୍ୱଚ୍ଛଳ ବର୍ଗ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ସେବା ଉପଲବ୍ଧ ରହିଥିବା ଜଣାପଡିଛି। ତେବେ ଆଜିର ଏହି ଉଦଘାଟନୀ ଉତ୍ସବରେ ଡକ୍ଟର ରଘୁନାଥଙ୍କ ସମେତ ସ୍ୱସ୍ତିକ୍ ହସ୍ପିଟାଲର କର୍ମକର୍ତ୍ତା ଅସିତ ମହାନ୍ତି, ଆଦିତ୍ୟ ମହାନ୍ତି, ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।