ନବରଙ୍ଗପୁର(ସଂଘର୍ଷ ମିଡିଆ) :-ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ପଟନାୟକଙ୍କ ବିୟୋଗରେ ସ୍ଥାନୀୟ ଗୋବିନ୍ଦାଳୟର ସଦଭାବନା କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି lରାଜା ଚୈତନ୍ୟ ଦେବ ହାଇସ୍କୁଲ, ନବରଙ୍ଗପୁର ର ୧୯୮୮ ମାଟ୍ରିକ ବ୍ୟାଚ ଦ୍ୱାରା ଏହି ଶୋକ ଶୋଭା ଆୟୋଜିତ କରା ଯାଇଥିଲା Iରାକେଶ ଗୁପ୍ତାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶୋକ ଶୋଭାରେ ସ୍ୱର୍ଗତ ରମେଶ ପଟନାୟକଙ୍କ ୫୦ରୁ ଉର୍ଧ୍ଵ ବନ୍ଧୁ, ତାଙ୍କ ପୁଅ ପ୍ରବୀଣ ପଟନାୟକ, ବଡ ଭାଇ ଚନ୍ଦ୍ର ଶେଖର ପଟନାୟକ,ଶଶୁର ତ୍ରିଲୋଚନ ପଟନାୟକ, ବିଶ୍ୱଜିତ ପଟନାୟକ, ଶକ୍ତି ପ୍ରସାଦ ପଟନାୟକ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ l ସାନମୁଗା ପାତ୍ର, ବିଜୟ ଯାଦବ, ଗୋପାଳ ପାଣିଗ୍ରାହୀ, ଡ଼ଃ ଓଁକାର ପଟନାୟକ, ଶିବ ପ୍ରସାଦ ପାଣିଗ୍ରାହୀ, ହିମାଂଶୁ ତ୍ରିପାଠୀ, ଶିବା ରାଓ, ମିଟୁ ମହାରଣା,ପ୍ରଭାତ ମହାପାତ୍ର, ନବୀନ କୋଠରୀ, ମାଧବ ଭତ୍ରା, ବିଭୁ ପ୍ରସାଦ ଲେଙ୍କା, ସୁରେଶ ପଟନାୟକ ପ୍ରମୁଖ ସ୍ୱର୍ଗତ ରମେଶ ସହ ବିତି ଥିବା ପିଲା ଦିନର ସ୍ମୃତି ଚାରଣ କରି ସ୍ୱର୍ଗତ ରମେଶ ପଟନାୟକଙ୍କୁ ମନେ ପକାଇବା ସହ ତାଙ୍କ ପୁଅ ଓ ପରିବାର ଙ୍କୁ ସମସ୍ତ ପ୍ରକାର ର ସାହାଯ୍ୟ ଓ ସହଯୋଗ ଦେବା ପାଇଁ ପ୍ରତିଶୃତି ବୋଧ ହୋଇ ଥିଲେ lଅନ୍ୟ ମାନଙ୍କ ମଧ୍ୟରେ ଅଜିତ ରଥ, ନିର ଭୋଟ୍ଟୋ, ୟୁ ଅରୁଣ କୁମାର, କପିଳ ମହାରଣା, ରବି କୁମାର, ଶ୍ୟାମ ଘନ ନାୟକ, ବିଷ୍ଣୁ ପ୍ରସାଦ ଗୁପ୍ତା, ସିମାଞ୍ଚଳ ପାତ୍ର, ଜିତୁ ଭତ୍ରା ପ୍ରମୁଖ ଯୋଗ ଦେଇଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l