ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

26

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ବରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ବଜାରରେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା.ଏହା ଓଡ଼ିଶାର ସଂସ୍କୃତି ଓ ଉତ୍କଳର ମଉଡମଣୀଙ୍କ ପ୍ରତି ଅପମାନ ବୋଲି କହି ଆଗାମୀ ଦିନରେ ଯଦି ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ନ କରାଯାଏ ଜିଲ୍ଲା ବ୍ୟାପି ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଏହା ପରେ ଯୁବ ଓ ଛାତ୍ର କର୍ମୀ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଥାନା ଛକ ଠାରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା କେଲେଙ୍କରୀରେ ସଂପୃକ୍ତ ପ୍ରତ୍ୟେକଟି କର୍ମଚାରୀ ଓ ଅଧିକାରୀଙ୍କ ପ୍ରତି ତଦନ୍ତ ଓ ଗିରଫ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।ଖଟ ଖାଇ ଖଟୁଲି ଖାଇବା ଚିନ୍ତାଧାରା ରଖିଥିବା ଏ ବିଜେଡି ସରକାର ର କେଳେଙ୍କରି ର ପର୍ଦାଫାସ ନହେବା ଯାଏଁ ଯୁବ ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ,ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି କୁମାର ପ୍ରିତମ ପରିଜା, ସୁନିଲ ମାଟିଆ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅନୀଲ ଦାସ୍, ଅନନ୍ତ ବାସୁଦେବ ମିଶ୍ର, ବେଦଦ୍ୟୁତି ପୃଷ୍ଟି,ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବିଶ୍ଵାଳ, କାହ୍ନୁ ମାଟିଆ,ସଫି ଆଜାମ,ସାଇ ପ୍ରଭଞ୍ଜନ ମହାପାତ୍ର,ସୌମ୍ୟ ସଞ୍ଜୀବ ଦାସ, ଅତିସ ସ୍ୱାଇଁ,ରଶ୍ମି ରଂଜନ ତ୍ରିପାଠୀ,ସୁବାସ ମହାନ୍ତି, କୃଷ୍ଣାନନ୍ଦ ସାହୁ,ସୌମ୍ୟ ରଂଜନ ମଲ୍ଲିକ, ଆଶୁତୋଷ ପରିଡ଼ା,ଦେବସ୍ନାନ ସ୍ୱାଇଁ, ସତ୍ୟ ପ୍ରକାଶ ମଲ୍ଲିକ, ଯୁବ ନେତା ମନୋଜ ମହାପାତ୍ର, ଦୁର୍ଗା ବିଶୋଇ, ଅମିୟ ଦାସ ପ୍ରମୁଖ ସହଯୋଗ କରିଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More