ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ କଲା ଜିଲା ଦଳିତ ବିକାଶ ପରିଷଦ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ଗଠନର ମୁଖ୍ୟ ବିନ୍ଧାଣି ତଥା ବିଶିଷ୍ଟ ଜନ ନେତା, ରାଜନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବିକଲା ଜିଲା ଦଳିତ ବିକାଶ ପରିଷଦ।ତେବେ ଆଜି ବଙ୍ଗଳା ଛକ ଠାରେ ଜିଲା ଦଳିତ ବିକାଶ ପରିଷଦର ଜିଲା ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ସେହି ଜିଲା ଗଠନର ମୁଖ୍ୟ ବିନ୍ଧାଣି ସ୍ବର୍ଗତ ବିଷ୍ଣୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସସ୍ରଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସଭାପତି ଶଙ୍କର ଦାସ କହିଥିଲେ ପୌର ପରିଷଦ ଅଂଚଳରେ ବିଭିନ୍ନ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଥିବା ସ୍ଥଳେ ଜିଲା ଗଠନର ମୁଖ୍ୟ ବିନ୍ଧାଣିଙ୍କ ପ୍ରତିମୂର୍ତ୍ତି କଣ ପାଇଁ ହୋଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।ତେଣୁ ତୁରନ୍ତ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନହେଲେ ଆଗାମୀ ଦିନରେ ଜିଲା ଦଳିତ ବିକାଶ ପରିଷଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି।ଏହି ଶ୍ରଦ୍ଧାଞ୍ଜଳୀରେ ଜିଲା ଦଳିତ ବିକାଶ ପରିଷଦର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More