ସ୍ୱଛତା ପଖୋଡା ଅଭିଯାନ ଅନୁଷ୍ଠିତ

43

Get real time updates directly on you device, subscribe now.

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରମପଞ୍ଚାୟତ ଡାବୁଗାଁ ଗାଁ କଲ୍ୟାଣ ସମିତି ଅଧୀନରେ ଥିବା ହାଟପଦାର ଆମ ଅଙ୍ଗନ ୱ୍।ଡ଼ି କେନ୍ଦ୍ର ଠାରେ ସ୍ୱଛତା ପଖୋଡା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ତା ୧/୪/ ରୁ ଆରମ୍ଭ ହୋଇ ତା୧୫/୪ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅଙ୍ଗନ ବାଡ଼ି କର୍ମୀ ରୁନୁ ପାଢୀ ସୁଚନା ଦେଇଛନ୍ତି।ହାଟପଦା ଆମ ଅଙ୍ଗନ ବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ମମତା ବେହେରା, ରେଖା ରାଣୀ ମଣ୍ଡଳ,ଝୁମ୍ପି ନାୟକ ଓ ଆଶା କର୍ମୀ ଝୁନୁ ପଣ୍ଡା,ସନ୍ତୋଷ କୁମାରୀ ପଣ୍ଡା,ସୂର୍ଯ୍ୟ ମଣି ପଟ୍ଟନାୟକ,ସାବିତ୍ରୀ ନାୟକ ପ୍ରମୁଖଙ୍କ ସହ ସ୍ୱୟଂସହୟିକା ଗୋଷ୍ଟି ସଭ୍ୟ ବୃନ୍ଦ ଙ୍କ ସହ ସଭାପତି ପ୍ରେମ ଲତା ବେହେରା,ସମ୍ପାଦକ ବୁଦ ଯାନୀ, ସାଇ ସ୍ୱୟଂ ସହୟିକା ଗୋଷ୍ଟି ସଭାପତି ଗୋଲାପ ଯାନୀ ପ୍ରମୁଖ ଅନ୍ୟ ମାନେ ଉପସ୍ଥିତ ରହି ପରିବେଶ କୁ ସଫା ସୁତୁରା କରାଇ ଆବର୍ଜନାକୁ ପୋଡି ପରିବେଶକୁ ସଫା ସୁତୁରା କରାଇ ଥିଲେ।ଏହି ଅବସରରେ ହାତ କୁ ସାବୁନରେ ଧୋଇବା ପ୍ରଣାଳୀ ଆଶା କର୍ମୀ ଝୁନୁ ପଣ୍ଡା ନିଜେ ସାବୁନରେ ହାତ ଧୋଇ ସମସ୍ତଙ୍କୁ ପ୍ରଦର୍ଶନ କରାଇ ଥିଲେ।ଖାଇବା ଆଗରୁ ସାବୁନରେ ଧୋଇବା,ପିଲାମାନଙ୍କୁ ଖାଇବାକୁ ଦେବା ପୂର୍ବରୁ ସାବୁନରେ ହାତ ଧୋଇବା,ସଉଚ ହେବା ପରେ ସାବୁନ ରେ ହାତ ଧୋଇଲେ ରୋଗରୁ ରକ୍ଷା ପାଇପାରିବା ବୋଲି ମତ ବ୍ୟକ୍ତ କରି ଥିଲେ।ଉକ୍ତ ପରିବେଶ ଆଗରୁ ପାଚେରୀ ବିହୀନ ଥିଲା,ଏବେ ଏହି ଅଙ୍ଗନୱ୍।ଡି କେନ୍ଦ୍ରର କର୍ମୀଙ୍କ ପ୍ରଚେଷ୍ଟାରେ ଉକ୍ତ କେନ୍ଦ୍ର ପରିସରରେ ଆମ ଉପଯୋଗୀ ଉଦ୍ୟାନ ଗଢି ଉଠି ଥିବାରୁ କେନ୍ଦ୍ରଟ ର ଶୋଭା ଦିଗୁଣିତ କରି ଦେଇଛି।ଏହି ଅବସରରେ ସ୍ୱାସ୍ଥ୍ୟ ସଚେତନ ଉପରେ ବ୍ୟାପକ ପରାମର୍ଶ ଦେଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More