ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଅସହାୟ ବିଧବା ମହିଳାଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

30

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ଦକ୍ଷିଣ ବାଡ ପଞ୍ଚାୟତର ଦକ୍ଷିଣ ବାଡ ଗ୍ରାମରେ ଆଜକୁ ୩୫ ବର୍ଷରୁ ଉର୍ଦ୍ଧ୍ବ ହେବ ଆଗର ପଡ଼ା ଅଞ୍ଚଳରୁ ଆସି ପଦ୍ମାବତୀ ଜେନା (୭୦) ବର୍ଷରୁ ଉର୍ଦ୍ଧ୍ବ ହେବ ସ୍ଵାମୀ ସ୍ୱର୍ଗତ ସନାତନ ଜେନା ଦକ୍ଷିଣ ବାଡ ଗ୍ରାମରେ ବାସ ବାସ କରି ରହି ଆସୁଥିଲେ। ବୃଦ୍ଧା ମହିଳା ମାଉସିଙ୍କ ସ୍ଵାମୀ ଆଠ, ଦଶ ବର୍ଷ ହେବ ଆର ପାରୀକୁ ଚାଲିଗଲା ପରେ ବୃଦ୍ଧା ମାଉସି ଜଣଙ୍କ ଏକାକୀ ଅସହାୟ ହୋଇ ପଡ଼ିଥିଲେ । ଗ୍ରାମର ଜଣେ ସହୃହୟ ବ୍ୟକ୍ତିଙ୍କ ପାଖରେ ଅସହାୟ ବୃଦ୍ଧା ମାଉସି ଜଣଙ୍କ ଆଶ୍ରିତ ହୋଇ ରହି ଆସୁଛନ୍ତି । ଆଜି ଭଣ୍ଡାରି ପୋଖରୀ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ umid ଫାଉଣ୍ଡେସନ ତରଫରୁ ସଭାପତି ଅକ୍ଷୟ ସାହୁଙ୍କ ନିର୍ଦ୍ଦେଶନାରେ ସଙ୍ଗଠନର ସଦସ୍ୟ ମାନେ ଅସହାୟ ବିଧବା ବୃଦ୍ଧା ମାଉସିଙ୍କ ନିକଟରେ ପହଞ୍ଚି କିଛି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ପିନ୍ଧିବା ପାଇଁ ବସ୍ତ୍ର ପ୍ରଦାନ କରିଥିଲେ। ଏଥିରେ ସଂଗଠନର ସମ୍ପାଦକ ରାଜେଶ କୁମାର ବାରିକ, ଦେବେଶ କୁମାର ସାମଲ, ରାଜକିଶୋର ଜେନା, ପ୍ରଣୟ କୁମାର ସାମଲ, ସତ୍ୟବ୍ରତ ନନ୍ଦ, ବିଶ୍ୱଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ। ସଙ୍ଗଠନର ଏତା ଦୃଶ୍ୟ କାର୍ଯ୍ୟକୁ ଦେଖି ଗ୍ରାମବାସୀ ମାନେ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More