ସ୍ଵାମୀ ରାମାନୁଜ ଓ ତାଙ୍କ ଶିଷ୍ୟ ୧୨ ଜଣଙ୍କୁ ନେଇ ପଦଯାତ୍ରାରେ ଅଯୋଧ୍ୟା ଗମନ : ଡାବୁଗାଁରେ ଭବ୍ୟ ସ୍ଵାଗତ

97

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ମା ତାରିଣୀ ମନ୍ଦିର ଛକରେ ଆନ୍ଧ୍ରପ୍ରଦେଶରୁ ୧୩ ଜଣ ଶ୍ରଦ୍ଧାଳୁ ଭକ୍ତ ପଦଯାତ୍ରାରେ ଅଯୋଧ୍ୟା ଯାଉଥିବା ଦେଖି ବିଶ୍ଵ ହିନ୍ଦୁ ପରିଷଦ ଓ ଆର୍ ଏସ୍ ଏସ୍ କର୍ମୀ ଭାଗବାନ ମହାନ୍ତିଙ୍କ ସହ ଜି. ଚେନା ବାବୁ, ଜେ. ସୁଧା ରାଓ ଓ ସପନ ଦେଓଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଉକ୍ତ ପଦଯାତ୍ରାରେ ପାଗଲପାଟ ଗୁରୁଦେବ ଆଶ୍ରମ, କ୍ରିଷ୍ଣାପୁର,ଜିଲ୍ଲା ଆଲୁରୀ ସୀତାରାମ ରାଜୁ, ଚିନ୍ତାପାଲି ଆନ୍ଧ୍ରପ୍ରଦେଶ ର ସ୍ଵାମୀଜୀ ବ୍ରହ୍ମଚାରୀ ସ୍ଵାମୀ ରାମାନୁଜ ଓ ତାଙ୍କ ଶିଷ୍ୟ ୧୨ ଜଣ ଏପରି ମୋଟ ୧୩ ଜଣ ପଦଯାତ୍ରା କରି ଅଯୋଧ୍ୟାରେ ୩୦ ରୁ ୩୫ ଦିନ ଭିତରେ ପହଁଞ୍ଚିବା ପାଇଁ ଧାର୍ଯ୍ୟ ରଖି ଦିନକୁ ୪୫କି.ମି.ପଦଯାତ୍ରା କରୁଛନ୍ତି l ଗତ ୧୬ ତାରିଖରୁ ପଦଯାତ୍ରା ଆରମ୍ଭ କରିଛନ୍ତି l ଆଜି ସ୍ଵାମୀଜୀ ବ୍ରହ୍ମଚାରୀ ସ୍ଵାମୀ ରାମାନୁଜ ଓ ତାଙ୍କ ଶିଷ୍ୟ ମାନଙ୍କୁ ଡାବୁଗାଁ ରେଭିନ୍ୟୁଗୁଡା ବାସିନ୍ଦା ସପନ ଦେଓଙ୍କ ଘରେ ପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇ ସମ୍ମାନର ସହ ମେଲାଣି ଦିଆ ଯାଇଥିଲା l ସେମାନେ ଜଲାପୁଟ, ଲମତାପୁଟ ଦେଇ ଜୟପୁର ଦେଇ ନବରଙ୍ଗପୁର ଦେଇ ଡାବୁଗାଁରେ ପହଁଞ୍ଚିଥିଲେ l ଡାବୁଗାଁରୁ ଉମରକୋଟ, ରାଇଘର ଦେଇ ରାୟପୁର ଦେଇ ଅଯୋଧ୍ୟା ଯିବେ ବୋଲି ସୂଚନା ଦେଇଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More