ସ୍ଵାମୀ ମାଡରେ ସ୍ତ୍ରୀ ମୃତ

11

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ଵାମୀ ମାଡରେ ସ୍ତ୍ରୀ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର କ୍ଷେତ୍ରୀ ସମରଥ ଓ ତାଙ୍କ ସ୍ତ୍ରୀ ମିଥୁଳା ସମରଥ (୪୩) ଆଜି ଅପରାହ୍ନ ପ୍ରାୟ ୨ ଘ. ସମୟରେ ମଧ୍ୟାନ୍ନ ଭୋଜନ ଖାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲେ | ପାଟିତୁଣ୍ଡ ପରେ ସ୍ଵାମୀ କ୍ଷେତ୍ରୀ ହଠାତ ସ୍ତ୍ରୀ ମିଥୁଳାଙ୍କୁ ଏକ ମୁଥ ମାରିଥିଲେ | ମାଡ ମାରିବା ପରେ ମିଥୁଳା ତଳେ ପଡିଯାଇଥିଲେ | ତଳେ ପଡିଯିବା ପରେ ମିଥୁଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା | ଏହାପରେ ଉକ୍ତ ଖବର ଗ୍ରାମରେ ପ୍ରସାରିତ ହେବାପରେ ଗ୍ରାମବାସୀ କ୍ଷେତ୍ରୀଙ୍କ ଘର ଆଗରେ ଜମା ହୋଇଯାଇଥିଲେ | ଏହାପରେ ମୃତକର ଭାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡାବୁଗାଁ ଥାନା କୁ ଖବର ଦେଇଥିଲେ | ଖବର ପାଇ ଥାନା ଅଧିକାରୀ ସୁନୀଲ କୁମାର ମୃତକର ଭାଇ ମଦନ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ମାମଲା ନଂ ୮୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ବୁଧବାର ସାଇଣ୍ଟିଫିକ ଦଳ ଆସି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ | ମୃତକର ସ୍ଵାମୀ କ୍ଷେତ୍ରୀ ସମରଥ ଙ୍କୁ ପୋଲିସ ଅଟକ ରଖିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More