ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) – ଆଜି ଅପରାହ୍ନରେ ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି। ସମ୍ପାଦିକା ଅଧ୍ୟାପିକା ସସ୍ମିତା ଦାଶ ପ୍ରାକ୍ ସୂଚନା ଦେବାପରେ ଏହି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗତା କେବଳ ଉଚ୍ଚ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନେ ଅଂଶଗ୍ରହଣ କରିବେ, ସର୍ବ କନିଷ୍ଠ, କନିଷ୍ଠ, ଏବଂ ବରିଷ୍ଠ ଭିତ୍ତିରେ ଚୟନ କରାଯିବ। ଚଳିତ ମାସ ତା:୧୯.୧୧.୨୦୨୩ ରିଖ ରବିବାର ପୂର୍ବାହ୍ନରେ ୧୦ଘଣ୍ଟାରେ , ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଡ କଲ୍ୟାଣୀ ମିଶ୍ର, ଅରୁପାଞ୍ଜଳି ମହାନ୍ତି,ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ଶ୍ରୀରାମା ରାଓ, ବିଚିତ୍ରାନନ୍ଦ ବେବର୍ତ୍ତା, ଅଧ୍ୟାପକ ଅର୍ଜୁନ ଜେନା, ଅଧ୍ୟାପକ ସୀତାରାମ ପ୍ରଧାନ,ପ୍ରଭୃତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ଶେଷରେ ଅରୁପାଞ୍ଜଳି ମହାନ୍ତି ଧନ୍ୟବାଦ ଦେଇଥିଲେ।