କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ମାର୍ଶାଘାଇ ବ୍ଲକର ଲଜ୍ୟା। ଦୀର୍ଘ ୧୫ ବର୍ଷହେବ ଜଣେ ସ୍ବାମୀ ପରିତକ୍ତା ମହିଳା ସ୍ଵାମୀଙ୍କ ଘର ଛାଡି ନିଜ ବାପଘରେ ରହିଆସୁଥିଲେ। ସ୍ଵାମୀ ପରିତକ୍ତା ମହିଳାଙ୍କ ସହ ରହୁଥିଲେ ତାଙ୍କର ଏକମାତ୍ର ଝିଅ। ଅସହାୟ ମହିଳା ଜଣଙ୍କ ତେଲଲୁଣ ସଂସାର ଚଳାଇବା ପାଇଁ ପାଳିଥିଲେ ଗାଇ ଓ ଛେଳି। ମଝିରେ ମଝିରେ ଆ ତା ଘରେ ମୁଲ ମଜୁରି ଭାବେ କାର୍ଯ୍ୟ କରି ଝିଅକୁ ପାଠ ପଢ଼ାଉଥିଲେ। ଏମିତି ସଂଘର୍ଷ ମୟ ଦିନ କାଟୁଥିଲେ ମାଆ ଓ ଝିଅ। ଅଚାନକ ସମୟର କାଳଚକ୍ରରେ ଛନ୍ଦି ହୋଇଗଲେ ଅସହାୟ ମହିଳା ଜଣଙ୍କ। ପାଖରେ ସ୍ଵାମୀ ନଥାଇ ହୋଇଥିଲେ ଗର୍ଭବତୀ। ଜନ୍ମ ଦେଇଥିଲେ ଏକ କନ୍ୟା ସନ୍ତାନ। ଏବେ ସେହି ବାର ଦିନର କନ୍ୟା ସନ୍ତାନ ଅନାଥ ଆଶ୍ରମରେ।ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଦଶିପୁର ପଞ୍ଚାୟତ ଆଦମପୁର ଗାଁରେ। ସେହି ଗ୍ରାମର ପ୍ରାୟ ୫୫ବର୍ଷିୟ ରମେଶ ସ୍ବାଇଁ ନାମକ ବୟସ୍କ ବ୍ୟକ୍ତି ସେହି ଗ୍ରାମର ସ୍ବାମୀ ପରିତକ୍ତା ମହିଳାଙ୍କ ସହିତ ବର୍ଷେ ପୂର୍ବରୁ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ପ୍ରଥମେ ଜୋର୍ ଜବରଦସ୍ତ ଓ ପରେ ଲୋଭ ଦେଖାଇ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରାଇଥିଲେ। ଅସହାୟ ମହିଳା ଜଣଙ୍କ ଗର୍ଭଧାରଣର ଶେଷ ସମୟରେ ଯନ୍ତ୍ରଣା ହେବାରୁ ରମେଶ ସ୍ବାଇଁଙ୍କୁ ଫୋନ କରିଥିଲେ। ରମେଶ ମେଡିକାଲ ନେବାର ପ୍ରତିଶ୍ରୁତି ଦେଇ କହିଥିଲେ ତୁମେ ବିଲରାସ୍ତା ଦେଇ ରାସ୍ତା ଉପରକୁ ଚାଲ ମୁଁ ଏପଟେ ଗାଡ଼ିନେଇ ଯାଉଛି। ପ୍ରସବ ମହିଳା ଜଣଙ୍କ ଅମଣିଷ କଥାକୁ ବିଶ୍ଵାସ କରି ବିଲରେ ଚାଲି ଚାଲି ଯାଇଥିଲେ। ଅମଣିଷ ରମେଶ ନ ଆସିବାରୁ ମହିଳାଙ୍କ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଲା, ଅମଣିଷ ରମେଶ ନ ଆସିବା ଓ ଲୋକ ନିନ୍ଦାର ଚିନ୍ତା ତ ଅନ୍ୟପଟେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଅସହାୟ ମହିଳା। ଶେଷରେ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ବିଲ ମଝିରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପାଖ ଗାଁର ଲୋକମାନେ ମାଆ ଓ ନବଜାତ ଶିଶୁ କନ୍ୟାକୁ ବିଲମଝିରୁ ନେଇ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏହି କୋମଳତି ନବଜାତ ଶିଶୁ କନ୍ୟାର ଦୋଷ କଣ ମାଆ ବାପ ଥାଇ ଏବେ ସେହି କୋମଳତି ଶିଶୁ କନ୍ୟା ଅନାଥ ଆଶ୍ରମରେ ଦିନ କାଟୁଛି। ଏଭଳି ପାପିଷ୍ଟଙ୍କ ପାଇଁ ଅନାଥ ଆଶ୍ରମରେ ଶିଶୁମାନଙ୍କ ସଂଖ୍ୟା ହୁହୁହୋଇ ବୃଦ୍ଧି ପାଉଛି। ଏଭଳି କାର୍ଯ୍ୟ କରୁଥିବା ଅମଣିଷ ମାନଙ୍କ ଉପରେ କଠୋର ରୁ କୋଠର ଦଣ୍ଡ ପ୍ରଦାନ କରାଗଲେ ଆଗାମୀ ଦିନରେ ଏଭଳି ଲଜ୍ୟା ଜନକ ପାପି ମାନଙ୍କର ଉପଦ୍ରବ ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। (କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)