ସ୍ଵାମୀ ନିଖୋଜ ହୋଇଥିବା ନେଇ ସ୍ତ୍ରୀ ଦେଲା ଥାନାରେ ଏତଲା

29

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ ଥିବା ଚାଟିଗୁଡା (ବିଜାପୁର)ର ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିବା ଜଣା ପଡିଛି l ନିଖୋଜ ବ୍ୟକ୍ତି ଜଣଙ୍କ ଡାବୁଗାଁ ଥାନା ଚାଟିଗୁଡା (ବିଜାପୁର)ର ପଦଲାମ ହରିଜନ (୩୮)ବୋଲି ଜଣା ପଡ଼ିଛି l ପିଓଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି l ସୂଚନା ଅନୁଯାୟୀ ଚାଟିଗୁଡା (ବିଜାପୁର)ଗ୍ରାମର ପଦଲାମ ହରିଜନ ( ୩୮)ଗତ ୨୫ ଅକ୍ଟୋବର ବୁଧବାର ଦିନ ସ୍ତ୍ରୀ ଅମ୍ବିକା ହରିଜନକୁ କହି ନିକଟ ବିଜରା ଗୁଡା ଗ୍ରାମକୁ ଯାଇ ଥିଲା l ତେବେ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିବା ପରେ ମଧ୍ୟ ପଦଲାମ ର କୌଣସି ଖବର ମିଳି ନ ଥିଲା l ଆଖ ପାଖ ଗ୍ରାମ ଓ ସମ୍ପର୍କୀୟ ଙ୍କୁ ଇତି ମଧ୍ୟରେ ପରିବାର ଲୋକେ ଯୋଗାଯୋଗ କରିଥିଲେହେଁ କୌଣସି ଖବର ନ ପାଇବାରୁ ନିଖୋଜ ପଦଲାମ ର ସ୍ତ୍ରୀ ଅମ୍ବିକା ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ l ଘରୁ ବାହାରିବା ସମୟରେ ପଦଲାମ ହରିଜନ କଳା ରଙ୍ଗର ପ୍ୟାଣ୍ଟ ଓ ନୀଳ ରଙ୍ଗର ଶ୍ଵେଟର ପରିଧାନ କରିଥିଲା ବୋଲି ଏତଲାରେ ଦର୍ଶା ଯାଇଛି l
ଏ ନେଇ ଡାବୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More