ସ୍ଵାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଲା ସ୍ତ୍ରୀ

12

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ମିଡିଆ) : – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀ ଉପରେ କିରୋସିନି ଢାଳି ସ୍ତ୍ରୀର ହତ୍ୟା ଉଦ୍ୟମ l ସୂଚନା ପ୍ରକାରେ କୁଲାଡ ଗ୍ରାମର ଅବସର ପ୍ରାପ୍ତ ବନ କର୍ମଚାରୀ ପ୍ରଫୁଲ୍ଲ କୁମାର ସାବତଙ୍କ ଘରେ କୌଣସି କାରଣକୁ ନେଇ ଆଜକୁ ଚାରି ଦିନ ହେଲା ଉଭୟ ସ୍ୟାମୀ ସ୍ତ୍ରୀ ମଧ୍ୟରେ ବଚସା ଚାଲିଥିଲା l ବଚସା ଏମିତି ଜାଗାରେ ପହଞ୍ଚିଥିଲା ଯେ, ଆଜି ସକାଳ ସମୟରେ ଘର ବାରଣ୍ଡା ରେ ପ୍ରଫୁଲ୍ଲ ବସିଥିବା ସମୟରେ ସ୍ତ୍ରୀ ପଛପଟୁ ଆସି କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ l ପ୍ରଫୁଲ୍ଲଙ୍କ ଚିତ୍କାର ଶୁଣି ପାଖପଡୋଶୀ ଆସି ଦେହରେ ଲାଗିଥିବା ନିଆଁକୁ ଲିଭାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ l ଶରୀରର ପାଖାପାଖି ୭୦% ଭାଗ ପୋଡି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More