ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ , ହତ୍ୟାକାରୀ ସ୍ଵାମୀ ଗିରଫ

15

Get real time updates directly on you device, subscribe now.

ଦେଓଗାଁ(ସଂଘର୍ଷ ମିଡିଆ) :- ମଦ ଏମିତି ଏକ ନିଶା ଯାହା ମଣିଷକୁ ଚୋରୀ , ପରକ୍ରୀୟା ପ୍ରୀତି ସମେତ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଇବାକୁ ବାଧ୍ୟ କରେ । ମଦ ନିଶାରେ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ଵାମୀ । ଏଭଳି ଏକ ମର୍ମନ୍ତୁଦ ହୃଦୟ ବିଦାରକ ଜଘନ୍ୟ ହତ୍ୟା ଘଟଣା ଘଟିଯାଇଛି ରଘୁନାଥପାଲି ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳରେ ଥିବା ଓ୍ବାର୍ଡ୍ ନଂ ୭ ସ୍ଥିତ ଚୂଙ୍ଗିଗେଟ୍ ବସ୍ତିରେ । ୧୩ ବର୍ଷର ବିବାହିତ ଜୀବନ କ୍ଷଣିକ କଳିରେ ମାଟିରେ ମିଶିଗଲା । ସାମାନ୍ୟ ପାଟିତୁଣ୍ଡକୁ ନେଇ ସ୍ଵାମୀ ବିଳମ୍ବିତ ରାତିରେ ଟାଙ୍ଗିଆରେ ନିଜ ସ୍ତ୍ରୀଙ୍କ ବେକ କାଟି ସବୁଦିନ ପାଇଁ ଶୁଆଇ ଦେଇଥିଲା । ହତ୍ୟାକାଣ୍ଡ ଘଟାଇ ସ୍ଵାମୀ ଦୀପୁ ସାଣ୍ଡିଲ ଓରଫ ଦୀବୁ (୩୫ ) ଘରେ ବସି କାନ୍ଦି କାନ୍ଦି ପାଟି ଲୋକଙ୍କୁ ଡାକି ଦେଖାଇବା ନେଇ ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘଟଣାସ୍ଥଳରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦୀପୁର ସ୍ତ୍ରୀ ମଞ୍ଜୁ ସାଣ୍ଡିଲ ( ୩୨)ଙ୍କର ମୃତ୍ୟୁ ହୋଇଯାଇଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇ ରଘୁନାଥପାଲି ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ଆରଜିଏଚ୍ ମର୍ଗ ହାଉସରେ ଶବ ରଖିବା ସହ ତଦନ୍ତ ଜାରି ରଖିଛନ୍ତି । ତେବେ ଏହା ଭିତରେ ଅଭିଯୁକ୍ତ ସ୍ଵାମୀକୁ ଘରୁ ପୋଲିଶ ଗିରଫ କରିଥିବା ଜଣାପଡ଼ିଛି । ମଦ ନେଇଗଲା ଆଉ ଏକ ବିବାହିତା ମହିଳାଙ୍କ ଜୀବନ । ତେବେ ଏ ନେଇ ଦେଶୀ-ମହୁଲି ଅଥବା ମଦ୍ୟପାନ କରୁଥିବା ଲୋକଙ୍କ ପ୍ରତି ତୁରନ୍ତ ସରକାର କିଛି କଠୋର ପଦକ୍ଷେପ ନିଅନ୍ତୁ ବୋଲି ଆଜି “ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱଜିତ ମଲ୍ଲିକ ଓ ତାଙ୍କର ସମସ୍ତ ସଦସ୍ୟଗଣ ଏହି ମାମଲାଟିର ସଠିକ ଅନୁସନ୍ଧାନ ପରେ ଏକ ଜୋରଦାର ଦେଶୀ ମଦ-ବିରୋଧରେ ଉକ୍ତି ବାଢିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More