ସ୍ଵାମୀଙ୍କ ମୃତ୍ୟୁର ୨୦ ବର୍ଷ ପୁରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିଲାନି ବିଧବା ଭାତ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ବିଧବାଙ୍କୁ ସ୍ଵାମୀର ମୃତ୍ୟୁ ହେବାର ୨୦ ବର୍ଷ ପୁରି ଯାଇଥିଲେ ବି ମିଳିପାରିନି ଏ ଯାବତ୍ ବିଧବା ଭତ୍ତା l ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ର ନାକଟିସିମଡl ପଞ୍ଚାୟତର ନୟନପାରା ଗ୍ରାମର ଲୁଦୁ ଗଣ୍ଡ ଯାହାକି ୨୦ ବର୍ଷ ପୂର୍ବେ ଦେହ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିଲା l ତାଙ୍କ ସ୍ତ୍ରୀ ତୁଳା ଗଣ୍ଡ ଙ୍କ ୨ ଜଣ ପୁଅ, ଗୋଟିଏ ଝିଅ l ବଡ ପୁଅ ପ୍ରତାପ ଗଣ୍ଡ ୩୫ ବର୍ଷ, ସାନ ପୁଅ ବିକ୍ରମ ଗଣ୍ଡ ୨୫, ଝିଅ ଗୋମତୀ ଗଣ୍ଡ ବୟସ ୧୭ ବର୍ଷ, ବର୍ତ୍ତମାନ ପୁଅ ବାହା ହୋଇ ନାତି ନାତୁଣୀ ଦେଖିସାରିବା ପରେ ମଧ୍ଯ ତୁଳା ଗଣ୍ଡ ଙ୍କୁ ମିଳିପାରିଲା ନାହିଁ ବିଧବା ଭତ୍ତା l ବିଧବା ଭତ୍ତା ପାଇବା ପାଇଁ ପଞ୍ଚାୟତ ଠୁଁ ବ୍ଳକ ଯାଏ ଧାଇଁ ଧାଇଁ ପାଦର ଚପଲ ଛିଣ୍ଡି ଯାଇଥିଲେ ସୁଦ୍ଧା ଏ ଯାବତ୍ ଭତ୍ତା ମିଳି ପାରିଲା ନାହିଁ l ବିଧବା ଭତ୍ତା ପାଇଁ ୨୦ ବର୍ଷ ଜଗିବାକୁ ପଡୁଛି, ୨୦ ବର୍ଷ ଭିତରେ କେତେ ସରକାରୀ ବାବୁ ବ୍ଳକକୁ ଆସି ବ୍ଳକରୁ ବଦଳି ହୋଇ ଗଲେଣି, ତାହାର ହିସାବ ନାହିଁ l ରାଇଘର ବ୍ଳକର ସୋସିଆଲ ସ୍ଵିକୃଟି ଅଫିସର ମଧ୍ଯ କେତେ ଆସିଲେ ଆଉ କେତେ ଗଲେ, କିନ୍ତୁ କାହାର ନଜରରେ କେମିତି ଆସିଲା ନାହିଁ, ନାକଟିସିମଡl ପଞ୍ଚାୟତ ରେ ପୁରୁଣା ସରପଞ୍ଚ ଗଲେ ଆଉ ନୂତନ ସରପଞ୍ଚ ଆସିଲେ, କିନ୍ତୁ ଜନ ପ୍ରତିନିଧିଙ୍କ ଆଖିରେ କେମିତି ପଡିଲା ନାହିଁ, ଏହା ବହୁତ ଦୁର୍ଭାଗ୍ଯଜନକ କଥା, ପଞ୍ଚାୟତ ଅଧିକାରୀ ଙ୍କ କେମିତି ନଜରକୁ ଆସିଲା ନାହିଁ, ତାହା ବି ବଡ ଦୁର୍ଭାଗ୍ୟ ର ବିଷୟ, ସମସ୍ତ ପ୍ରମାଣ ପତ୍ର ଥାଇ ମଧ୍ଯ ଯୋଗ୍ୟ ହିତାଧିକାରୀଙ୍କୁ ମିଳି ପାରୁନାହିଁ ବିଧବା ଭତ୍ତା l ଏଣୁ ଉକ୍ତ ଅସହାୟ ବିଧବା ଭତ୍ତା ୨୦ ବର୍ଷ ମଧ୍ୟରେ ମିଳିଲା ନାହିଁ, ତାହା କେବେ ମିଳିବ ଜନସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏ ସମ୍ପର୍କରେ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ବିଧବା ଭତ୍ତା ପ୍ରଦାନ କରିବା ପାଇଁ ସହଯୋଗ କରନ୍ତୁବୋଲି ଜନସାଧାରଣରେ ଦୃଢ଼ଦାବୀ ହେଉଛିl ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More