ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲକୁ ଜାତୀୟ ସ୍ମାରକୀ କରାଯିବାକୁ ଦାବୀ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ସ୍ଵାଧୀନତା ଆନ୍ଦୋଳନର ମୂକ ସାକ୍ଷୀ ତଥା ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା ବହନ କରୁଥିବା ନବରଙ୍ଗପୁର ପୁରୁଣା ଜେଲ କୁ ଜାତୀୟ ସହିଦ ସ୍ମାରକୀ କରାଯିବାକୁ ଦାବୀ କରାଯାଇଛି l କ୍ରାନ୍ତି ଦିବସ ଅବସରରେ ସ୍ଵାଧୀନତା ସଂଗ୍ରାମୀ ଦଣ୍ଡାଦେଶ କାଟିଥିବା ବନ୍ଦୀ ଗୃହକୁ ଜାତୀୟ ସ୍ମୃତି ପ୍ରଦାନ ଦାବୀରେ ସହିଦ ସ୍ମୃତି ସଂସଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି l ଏନେଇ ନବରଙ୍ଗପୁର ରେଜିଷ୍ଟ୍ରି ଅଫିସ ନିକଟରେ ଥିବା ପୁରୁଣା ଜେଲ ନିକଟରୁ ସହିଦ ପରିବାର ଙ୍କ ଦାୟାଦ ଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ଥାନୀୟ ଶାସ୍ତ୍ରୀ ଭବନରେ ମଶାଲ ସ୍ଥାପନ କରିଥିଲେ l ଜିଲ୍ଲାର ଅନେକ ସ୍ଵାଧୀନତା ସଂଗ୍ରାମୀ ସ୍ଵାଧୀନତା ଅନ୍ଦୋଳନରେ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରି ଏହି ଜେଲ ରେ ବହୁ ବର୍ଷ ଧରି କାରାବାସ ଭୋଗ କରିଥିଲେ l କାରାବାସ ସମୟରେ ବନ୍ଦୀ ଗୃହ ରେ ୮ ଜଣ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନ ହାରି ଦେଇଥିବା ବେଳେ ଅନେକ ଇଂରେଜ ଙ୍କ ଦ୍ଵାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ l ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍ଵାଧୀନତା ସଂଗ୍ରାମୀ ଏହି କାରାବାସରେ ଦଣ୍ଡ ଭୋଗ କରି ସ୍ଵାଧୀନତା ସଂଗ୍ରାମରେ ନିଜ ନାମକୁ ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି l ଏହି ଜେଲ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥା କୁ ଆସିଯାଇ ଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଲାଣି l ସେଥିପାଇଁ ସହିଦ୍ ପରିବାରଙ୍କ ଦାୟାଦ ଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା l ଅନେକ ଦାବୀ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ପୁନରୁଦ୍ଧାର କରାଯାଇ ପାରିନାହିଁ l ସରକାର ଅନେକ ଜନହିତକର କାର୍ଯ୍ୟ କରି ମନ୍ଦିର, ରାସ୍ତା, ଗୃହ ନିର୍ମାଣ ଭଳି କାମ ପାଇଁ ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ସ୍ଵାଧୀନତା ଆନ୍ଦୋଳନ ର ସ୍ମୃତି ସନ୍ତକର ସୁରକ୍ଷା ପାଇଁ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିବା ସହିତ ଏହା ଶେଷ ଦାବୀ ନଚେତ୍ ଏହାର ସୁରକ୍ଷା ପାଇଁ ଆନ୍ଦୋଳନର ଆଶ୍ରୟ ନିଆଯିବ ବୋଲି ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସଦନ ନାୟକ, ଆଇନଜିବୀ ସିରାଜ ଅହମ୍ମଦ ଓ ଦିଲ୍ଲୀପ ପ୍ରଧାନୀ ଅଂଶ ଗ୍ରହଣ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More