ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ର କେନ୍ଦ୍ରୀୟ ଦଳଙ୍କ ଡାବୁଗାଁ ବ୍ଲକ ଗସ୍ତ

12

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୁ କେନ୍ଦ୍ରୀୟ ଦଳ ବୁଧବାର ଗସ୍ତ କରିଛନ୍ତି | ଉକ୍ତ କେନ୍ଦ୍ରୀୟ ଦଳର ଅଧିକାରୀ ଯୁଗଳ କିଶୋର ଗରଡା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ | ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର ଅଧୀନ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ବ୍ୟକ୍ତିଗତ ପାଇଖାନା, ଅଙ୍ଗନୱାଡି କେନ୍ଦ୍ର ଗୃହ, ଏଏନଏମ ସେଣ୍ଟର ଗୃହ, ଗୋଷ୍ଠୀଗତ ପାଇଖାନା ଆଦି ବୁଲି ଦେଖି ତଦାରଖ କରିଥିଲେ | ଏହି ସମୟରେ ନବରଙ୍ଗପୁର ଡିଆରଡିଏ ର ଶୁଭଶ୍ରୀ ଜେନା, ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ନେଟୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ରାଜ କିଶୋର ଦାଶ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ସରପଞ୍ଚ ରଞ୍ଜୁ ଭତ୍ରା, ଗ୍ରାମ ରୋଜଗାର ସେବକ ହରିଦାସ ବିଶ୍ଵାସ ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More