ଭୁବନେଶ୍ୱର(ସଂଘର୍ଷ ମିଡିଆ ) : ତ୍ରୟ ମାସିକ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ଏକାଦଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ସଭା ଗୃହରେ ସମ୍ପାଦିକା ସବିତାରାଣୀଙ୍କ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରିବା ସହ ଡ. ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ ଦେବୀପାଠ କରିଥିଲେ । ମୋନିକା ମହାପାତ୍ର ଓ ଚମକ ଚାନ୍ଦନୀ ଦାସ ପ୍ରମୁଖ ସଙ୍ଗୀତ ଗାନ କରିଥିଲେ । ଡ. ଗିତାଶ୍ରୀ ପ୍ରିୟମ୍ବଦାଙ୍କ ସଞ୍ଚାଳନରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସମିତାରାଣୀଙ୍କ ଗଳ୍ପଗୁଚ୍ଛ, ‘ଅଜଣା ଠିକଣା’ ପାଠକୀୟ ମନ୍ତବ୍ୟ ରଖିଥିଲେ ଡ. ସୁଷମା ମିଶ୍ର । ଉପସ୍ଥିତ ସମସ୍ତ ଅତିଥି ଓଡିଆ ସାହିତ୍ୟରେ ପତ୍ରପତ୍ରିକାର ଭୂମିକା ବିଷୟରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ମୃତି ସାନ୍ତ୍ୱନା ପତ୍ରିକା ପକ୍ଷରୁ ସମାରୋହର ସମ୍ପାଦିକା ଶୈଳରାଣୀ ମିଶ୍ର , କବିି ମିନାକ୍ଷୀ ସିଂ, କବି କମଳା ମିଶ୍ର, କବି କମଳିନୀ ଦେବୀଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।