ସ୍ମାର୍ଟ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ମଜୁରୀ ନ ମିଳିବାରୁ ଦୟନୀୟ ଅବସ୍ତାରେ ପରିବାର

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) –ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ପାଖକୁ ଲାଗି ରହିଥିବା ବସ୍ ଷ୍ଟାଣ୍ଡ ଟି ସ୍ମାର୍ଟ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୭ ଜଣ ଶ୍ରମିକଙ୍କୁ ମଜୁରୀ ଦେବାରେ ଠିକା ସଂସ୍ଥାଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି l ବାରମ୍ଵାର ଏ ନେଇ ଠିକା ସଂସ୍ଥାକୁ ଜଣାଇବା ପରେ ମଧ୍ଯ ଟଙ୍କା ନ ପାଇବାରୁ ଶ୍ରମିକ ମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇ ପଡୁ ଥିବା ଶ୍ରମିକ ମାନେ କହିଛନ୍ତି l ସୂଚନା ଅନୁଯାୟୀ, ଡାବୁଗାଁ ବ୍ଳକ କାର୍ଯ୍ୟାଳୟ ପାଖରେ ପୁଲିସ ହାଉସିଂ ବୋର୍ଡ ତରଫରୁ ୯୮ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି l ୨୦୨୨ ମସିହା ଏପ୍ରିଲ ମାସରୁ ଏହି ବସ୍ତ୍ର ଷ୍ଟାଣ୍ଡ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପ୍ରାପ୍ୟ ଉକ୍ତ ସଂସ୍ଥା ଦେଉ ନଥିବା ଶ୍ରମିକମାନେ ଅଭିଯୋଗକରିଛନ୍ତି l ଡାବୁଗାଁ ଥାନା ଅନ୍ତର୍ଗତ ନାଗଯୋଡି,ମେଟଗୁଡା ଓ ଏକୋରି ଗ୍ରାମର ୧୭ ଜଣ ଶ୍ରମିକ ଗତ ଏପ୍ରିଲ ୧୭ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ସିମେଣ୍ଟ ଢଳେଇ କାର୍ଯ୍ୟ କରିଥିଲେ l ଉକ୍ତ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ମଜୁରୀ ବାବଦକୁ ଠିକା ସଂସ୍ଥା ୨ ଲକ୍ଷ ୯୫ ହଜାର ଟଙ୍କା ଦେବା କଥା, କିନ୍ତୁ ଶ୍ରମିକମାନଙ୍କୁ ମାତ୍ର ୧ ଲକ୍ଷ ୪୫ ହଜାର ଟଙ୍କା ଦେଇ ଅବଶିଷ୍ଟ ୧ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇନଥିବା ଅଭିଯୋଗ ହୋଇଛି l ମଜୁରୀ ଟଙ୍କା ପାଇବା ପାଇଁ ବହୁବାର ଠିକା ସଂସ୍ଥାକୁ ଅନୁରୋଧ କରିବା ପରେ ମଧ୍ୟ ଟଙ୍କା ମିଳୁନଥିବାରୁ ଶ୍ରମିକମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି l ବକେୟା ମଜୁରୀ ମିଳୁନଥିବାରୁ ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା ଶ୍ରମିକମାନେ ମନଦୁଃଖରେ ପ୍ରକାଶ କରିଛନ୍ତି l ମଜୁରୀ ପ୍ରଦାନ ଦିଗରେ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ନାଗ ଯୋଡି ଗ୍ରାମର ହରନାଥ ପୂଜାରୀ, ହରି ପୂଜାରୀ, ଜୟସିଂହ ପୂଜାରୀ, ଇଶ୍ଵର ଭତ୍ରା, ଭୁଜବଳ ଭତ୍ରା,ଲଖନ ପୂଜାରୀ, କ୍ଷମା ଭତ୍ରା,ପର୍ଶୁ ଭତ୍ରା ଓ ଅସ୍ତୁ ପୂଜାରୀ, ମେଟଗୁଡାରକୃଷ୍ନ ଭତ୍ରା ଓ ସୁକମନ୍ ପୂଜାରୀ ପ୍ରମୂଖ ଶ୍ରମିକମାନେ ଦୃଢ଼ ଦାବୀ କରିଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More