ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନର ମହିଳା ସଦସ୍ୟ ମାନଙ୍କୁ ନେଇ ଗୋଷ୍ଠୀ ବୈଠକ ଗୃହରେ ଏକ ବୈଠକ ଅନୁଷ୍ଠିତ

43

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନର ମହିଳା ସଦସ୍ୟ ମାନଙ୍କୁ ନେଇ ଗୋଷ୍ଠୀ ବୈଠକ ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଂସ୍ଥା ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବା ନେଇ ଆଲୋଚନା ହୋଇଥିଲା l ଉକ୍ତ ବୈଠକରେ ବରିଷ୍ଠ ସଭ୍ୟା ଶ୍ରୀମତୀ କୁସୁମ ନାୟକ ଙ୍କ ଅଧ୍ୟକ୍ଷତାରେ ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ଯୋଜନା ମାନ କରୁଛନ୍ତି,ଏହାର ସୁଫଳ କିପରି ମହିଳା ମାନେ ପାଇ ସଶକ୍ତି କରଣ ହୋଇ ପାରିବେ, ସଦସ୍ୟ ମାନଙ୍କୁ ଅବଗତ କରାଇ ଥିଲେ l ଏହି ବୈଠକ ରେ ସର୍ବ ସମତିକ୍ରମେ ହେଲ୍ପ ଲାଇନ ସ୍ୱୟଂ ସହାୟକ ଗୋଷ୍ଠୀର ଉପଦେଷ୍ଟା ଭାବେ ଓଡିଶା ଉଠା ଜଳ ସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ଉମରକୋଟ ପୌର ପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାଶ ଏବଂ ଶାନ୍ତିଲତା ମହାନ୍ତି ମନୋନୀତ ହୋଇଥିବା ବେଳେ, ହେଲ୍ପ ଲାଇନ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ଭାବେ ସଂସ୍ଥା ର ଉପସଭାପତି ଇଂ. ଚନ୍ଦନା ମଲ୍ଲିକ ଙ୍କୁ ଚୟନ କରାଯାଇଥିଲା l ସେହିଭଳି ସୁଶ୍ରୀ ଶିବାନୀ ରାଜୁ ସମ୍ପାଦକ, ସୁଶ୍ରୀ ସରିତା ବେହେରା ଙ୍କୁ କୋଷାଧକ୍ଷ ଏବଂ ମିନତୀ ପଟନାୟକ ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା l ସେହିପରି ଏକ୍ୟୁଜୁକୁଟିଭ ବଡି ମେମ୍ବର ଭାବେ କୁସୁମ ନାୟକ, ଯାହାଁ ଆରା ରାଠୋର, ସବା ଫାତିମା, ସୁଶ୍ରୀ ମୋନାଲିସା ପାଢ଼ୀ, ରଙ୍ଗବତୀ ବେହେରା, ଇଂ.ବନ୍ଦନା ମଲ୍ଲିକ, ବବି ସେନାପତି, ଏବଂ ସୁଶ୍ରୀ ସନ୍ତୋଷୀ ପଟନାୟକ ମନୋନୀତ ହୋଇଥିଲେ l ନବ ନିର୍ବାଚିତ ସମସ୍ତ ସଦସ୍ୟା ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ l ଗୋଷ୍ଠୀ ପରିଚାଳନା ପାଇଁ ଅର୍ଥର ଆବଶ୍ୟକତା ରହିଥିବାରୁ ପ୍ରତ୍ୟେକ ସଦସ୍ୟା ମାସିକ ୧00 ଟଙ୍କା ସଭ୍ୟା ଚାନ୍ଦା ବାବଦରେ ପୈଠ କରିବେ ଓ ଉକ୍ତ ଅର୍ଥକୁ ଯୁଗ୍ମ ଖାତା ରେ ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା l ଶେଷରେ ଆଗାମୀ ବୈଠକ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ, ହେଲ୍ପ ଲାଇନ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ଇଂ. ଚନ୍ଦନା ମଲ୍ଲିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More