ସ୍ବେଛାସେବୀ ସଂଗଠନ ପକ୍ଷରୁ ଭିନ୍ନକ୍ଷମ ଦୃଷ୍ଟିହୀନ ଭାଇ ଭଉଣୀ ମାନଙ୍କୁ ସହାୟତା ପ୍ରଦାନ

31

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରାଙ୍ଗ ଶାସନରେ ଦୀର୍ଘଦିନ ହେବ କିଛି ଭିନ୍ନକ୍ଷମ ଦୃଷ୍ଟିହୀନ ଭାଇ ଭଉଣୀ ରହିଆସୁଛନ୍ତି।ଲକଡ଼ାଉନ ସଟଡାଉନ ପାଇଁ ଜୀବିକା ହରେଇ ବସି ରହିଛନ୍ତି।ଆମ ସଙ୍ଘର୍ଷ news ରେ ପ୍ରସାରଣ ପରେ କିଛି ବଦାନ୍ୟ ବ୍ୟକ୍ତି, ସ୍ବେଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢାଇଥିଲେ।ଆଜି ପୂର୍ବାସା ତାରିଣୀ ମା ସାମାଜିକ ଓ ଅର୍ଥନୈତିକ ଉନ୍ନତି ମୂଳକ ଅନୁଷ୍ଠାନ ଓ ସିଟିଜେନ ହ୍ୟୁମାନ ରାଇଟସ କ୍ଲିନିକ,ଓଡ଼ିଶାର ମିଳିତ ସହଯୋଗରେ ଭିନ୍ନକ୍ଷମ ଦୃଷ୍ଟିହୀନ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ପୂର୍ବାସା ତାରିଣୀ ମା ସାମାଜିକ ଓ ଅର୍ଥନୈତିକ ଉର୍ଣ୍ଣତି ମୂଳକ ଅନୁଷ୍ଠାନର ସମ୍ପାଦିକା ବନଶ୍ରୀ ମହାପାତ୍ର,ସିଟିଜେନ ହ୍ୟୁମାନ ରାଇଟସ କ୍ଲିନିକର ସାଧାରଣ ସମ୍ପାଦକ ପ୍ରଫେସର ଜୟକୃଷ୍ଣ ମହନ୍ତ,ଚେୟାରମ୍ୟାନ ଗୋପବନ୍ଧୁ ମଲ୍ଲିକ,ଇଣ୍ଡୋ ଟିଭି ର ଚିଫ ଏଡିଟର ପ୍ରଶାନ୍ତ ଦାସ,ଶଶୀଭୂଷଣ ପରିଡା,ଜୟଦେବ ବେହେରା,ଦୀପକ କୁମାର ସାହୁ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ସାମାଜିକ କର୍ମୀ ତଥା ଭାରତୀୟ ଜନତା ପାର୍ଟି ଗୋବିନ୍ଦପୁର ମଣ୍ଡଳ ପୂର୍ବତନ ସଭାପତି ବିଶ୍ବମ୍ବର ଜେନା ଓ କୁରାଙ୍ଗ ଶାସନର ବିଜୟ କୁମାର ସାହୁ ଉପସ୍ଥିତ ଥିଲେ।ସ୍ବେଛାସେବୀ ସଂଗଠନର ସମ୍ପାଦକ ଅସାଧାରଣ ସମ୍ପାଦକ ଆମ ସଙ୍ଘର୍ଷ news ପ୍ରତିନିଧିଙ୍କୁ ଖବର ପ୍ରସାରଣ କରିଥିବାରୁ ପ୍ରଶଂସା କରିଥିଲେ ଓ ଅନ୍ୟ ମେଡିଆ ଭାଇମାନଙ୍କୁ ଧନ୍ୟବାଦ ଦେଇଥିଲେ।ଆଗାମୀ ଦିନରେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଅଧିକରୁ ଅଧିକ ସହଯୋଗର ହାତ ବଢ଼େଇବେ ବୋଲି ସମ୍ପାଦକ କହିଥିଲେ।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More