ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

15

Get real time updates directly on you device, subscribe now.

ଢେଙ୍କାନାଳ (ସଂଘର୍ଷ ମିଡିଆ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହରିହରପୁର ଗଣେଶ କ୍ଲବ ର ୨୮ତମ ଗଣେଶ ପୂଜା ଉପଲକ୍ଷେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଯାଇଅଛି। ଉକ୍ତ ରକ୍ତ ଦାନ ଶିବିରରେ ମୋଟ ୮୪ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନlୟକ, ସମ୍ମାନିତ ଅତିଥି ଭାବେ ଗୁଲେହି ଗ୍ରାମ ପଞ୍ଚାୟତ ସରପଞ୍ଚ ରିତା ସାହୁ ଏବଂ ଅଶୋକ ସାହୁ ଯୋଗଦେଇଥଲେ। ଗଣେଶ କ୍ଲବର ସଭାପତି ଅଜିତ କୁମାର ସାହୁ, ସଂପାଦକ ବ୍ରହ୍ମାନନ୍ଦ ସେଠୀ, ଉପ ସଭାପତି ସଚ୍ଚିଦାନନ୍ଦ ସାହୁ, କୋଷାଧ୍ୟକ୍ଷ ସତ୍ୟଜିତ କର, ବିଜନ ମିଶ୍ର ଏବଂ କ୍ଲବ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସଂଯୋଜନା ଏବଂ ପରିଚାଳନା କରିଥିଲେ। କାର୍ଯକ୍ରମ ଶେଷରେ ରକ୍ତ ଦତା ମାନଙ୍କୁ ବ୍ଲଡ଼ ବ୍ୟାଙ୍କ୍ ଏବଂ ଗଣେଶ କ୍ଲବ ତରଫରୁ ଗଣେଶ ପୂଜାର ସାଂସ୍କୃତିକ ମଞ୍ଚରେ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀ ବୃନ୍ଦଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More