ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଡାକ୍ତରଙ୍କ ନର୍ସିଂହୋମ ପ୍ରୀତି, ଜୀବନ ହାରିଲେ ରଞ୍ଜିତା

30

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁରରେ ଚାଲିଛି ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ର ଖୁଲମ ଖୋଲା ବେପାର। କେବଳ ନିଜ ରୋଜଗାର ବଢ଼ାଇବାକୁ ଯାଇ ପ୍ରସୂତି ଙ୍କୁ ବେସରକାରୀ ନର୍ସିଂହୋମ କୁ ଯିବାକୁ ବାଧ୍ୟ କରିବା ଭଳି ଏକ ସଙ୍ଗୀନ ମାମଲା ଯୋଗୁଁ ଜଣଙ୍କର ଜୀବନ ଚାଲିଯିବା ଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗ ଘଟିଛି ସଦର ମୁଖ୍ୟ ମାତୃ ଓ ଶିଶୁ ଡାକ୍ତରଖାନାରେ। ଏବେ ନୂତନ ଭାବେ ଖୁବ ସୁନ୍ଦର ପରିବେଶରେ ଅତ୍ୟାଧୁନିକ ଚିକିତ୍ସାର ସମସ୍ତ ସାଧନ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଉତ୍ତମ ସେବା ଯୋଗାଇ ଦେବା ପରିବର୍ତ୍ତେ ସେଠାରେ କାର୍ଯ୍ୟରତ ଡାକ୍ତରମାନେ ଭର୍ତ୍ତି ହୋଇଥିବା ରୋଗୀକୁ ନିରୁତ୍ସାହିତ କରି ନର୍ସିଂହୋମ କୁ ଯିବାପାଇଁ ପ୍ରବର୍ତ୍ତାଇ ରୋଗୀର ଅବସ୍ଥା ଭଲନାହିଁ ଅପରେସନ ଲାଗିପାରେ ଏଠାରେ ସମସ୍ତ ସୁବିଧା ନାହିଁ ବରଂ ସେଠାରେ ତମକୁ ହାତରୁ ଟଙ୍କାଟିଏ ମଧ୍ୟ ନଲାଗି ସମସ୍ତ ଖର୍ଚ୍ଚ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ମାଗଣାରେ କରାଇ ଦେବି ଓ ତମେ ମଧ୍ୟ ଦୁଇ ପଇସା ପାଇ ସମସ୍ତ ପ୍ରକାର ସୁବିଧା ପାଇପାରିବ ବୋଲି କହିବା ପରେ ନିଜ ଅନିଚ୍ଛା ସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ଆଶା ତଥା ଡାକ୍ତର ଙ୍କ କଥାରେ ବେସରକାରୀ ନର୍ସିଂହୋମ ଯିବାକୁ ବାଧ୍ୟହେଉଛନ୍ତି । ଏମିତି ଏକ ଘଟଣା କ୍ରମରେ ଗତ ୬ତାରିଖରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସିନ୍ଦୁରପୁର ଗ୍ରାମର ଏକ ଗର୍ଭବତୀ ମହିଳା ରଞ୍ଜିତା ବାଘ ( ୨୨)ଙ୍କୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାର ମାତୃ ଓ ଶିଶୁ ହସ୍ପିଟାଲରେ ଭର୍ତ୍ତି ପାଇଁ ପଠାଗଲା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୋଜ ନାୟକ ନିଜେ ରାତିରେ ଆସି ପେସେଣ୍ଟ ର କଣ୍ଡିସନ୍ ଠିକନାହିଁ ଆମ ନର୍ସିଂହୋମ କୁ ନେଇ ଯା ଟଙ୍କାଟିଏ ମଧ୍ୟ ତମର ଖର୍ଚ୍ଚ ନ ହୋଇ ସବୁ କରାହେବ କହିବାପରେ ରଞ୍ଜିତା ର ସ୍ୱାମୀ ପରମେଶ୍ବର ବାଘ ଯଦି ପଠାଇବେ ତାହେଲେ ବଲାଙ୍ଗୀର ବଡ଼ ମେଡିକାଲ ପଠାନ୍ତୁ ବୋଲି କହିବା ପରେ ସେତିକିଦୁର ନେଲେ ରୋଗୀଟି ବାଟରେ ମଧ୍ୟ କିଛି ହୋଇ ଯାଇପାରେ ଏଣୁ ପାଖ ରେ ଥିବା ଆଶା ନର୍ସିଂହୋମ କୁ ନେଲେ ସେଠାରେ ମୁଁ ନିଜେହିଁ ସବୁକରିଦେବି ବୋଲି କହିଲା ପରେ ଆମେ ବାଧ୍ୟହୋଇ ସେମାନଙ୍କ ଗାଡି ରେ ହିଁ ଯାଇଥିଲୁ ବୋଲି ଆମ ପ୍ରତିନିଧି ଙ୍କୁ ପରମେଶ୍ବର କହିଥିଲେ। ତାପରେ ହସ୍ପିଟାଲରେ ତାଙ୍କଠାରୁ ଅନେକ କାଗଜପତ୍ର ରେ ଦସ୍ତଖତ ନେବାସହ ଆମେ ନିଜ ସ୍ୱଇଚ୍ଛା ରେ ଏଇଠୁ ଚାଲିଯାଉଛୁ ବୋଲି ଏକ ଚିଠା ମଧ୍ୟ ଲେଖାଇ ନେଇଥିବା ରଂଜିତା ଙ୍କ ସ୍ୱାମୀ ପରମେଶ୍ବର ବାଘ ଅଭିଯୋଗ କରିଛନ୍ତି। ତାପରେ ସେମାନେ ନର୍ସିଂହୋମକୁ ନେଇଗଲେ ସେଠାରେ ଡ଼ାକ୍ତର ମନୋଜ ନାୟକ ଅପରେସନ କଲେ ପ୍ରସୂତି ଜଣକ ସୁସ୍ଥ ଶିଶୁ କନ୍ୟାଟେ ପ୍ରସବ ମଧ୍ୟ କଲେ ସିନା ହେଲେ ଓଟିରୁ ଅନେକ ସମୟଯାଏ ତାଙ୍କୁ ବାହାର ନ କରିବା ଯୋଗୁଁ ତାଙ୍କ ପରିବାର ସଦସ୍ୟଙ୍କ ମନରେ ଉଦବେଗ ବଢୁଥିଲା ପରେ ଡାକ୍ତର ତାଙ୍କର ରକ୍ତସ୍ରାବ ହେଉଛି ବୋଲିକହି ପର୍ଯ୍ୟାୟ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରୁ ୫ ୟୁନିଟ ରକ୍ତ ଓ -ପୋଜିଟିଭ୍ ର ମଗାଇ ଥିଲେ ହେଲେ ମଧ୍ୟ ରୋଗୀ ର ଅବସ୍ଥାରେ ଉନ୍ନତି ନ ଆସିବାରୁ ଅପରାହ୍ନ ୪ଟାପରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ମଗାଇ ତାଙ୍କୁ ବୁର୍ଲା ବଡ଼ ମେଡିକାଲ କୁ ନର୍ସିଂ ହୋମ ଷ୍ଟାଫ ଙ୍କ ସହାୟତା ରେ ସ୍ଥାନାନ୍ତରଣ କଲେ ହେଲେ ବୁର୍ଲା ରେ ପହଂଚିବା ପରେ ରୋଗୀର ଜୀବନ ଚାଲିଯାଇଥିଲା। ଏମିତି ଏକ ହୃଦୟବିଦାରକ ଘଟଣା କ୍ରମରେ ମାଁ ଛେଉଣ୍ଡ ହୋଇଛି ନିରିହା ଶିଶୁକନ୍ୟା। ଆଖି ଖୋଲିଳା ବେଳକୁ ଆଶ୍ରୟ ଦାତା ମାଁ ତାର ପଣତକାନିର ଛାୟାରେ ଶିଶୁ ଟିକୁ କୋଳେଇ ନନେଇ ଶ୍ମଶାନରେ ଜୁଇହେଇ ଜଳିଗଲା ସବୁଦିନ ପାଇଁ। ନିଷ୍ପାପ ଶିଶୁଟି ମାତୃହରା ହୋଇଗଲା ସବୁଦିନପାଇଁ । ସାମାନ୍ୟ କେତେ ଟଙ୍କାପାଇଁ ଡାକ୍ତର ବାବୁଙ୍କ ପ୍ରରୋଚନାରେ ମାଁ କୁ ତାର ନେଇ ଗଲେ ନର୍ସିଂହୋମ କୁ ଓ ଭୂଲ ଚିକିତ୍ସା କରି ଶ୍ମଶାନ ରେ ଦାହକରିଦେଲା ଶିଶୁ ଟିର ସମସ୍ତ ଭବିଷ୍ୟତ କୁ। ମାଁ ଛେଉଣ୍ଡ ହେଇଗଲା ଶିଶୁଟିର ସମସ୍ତ ଭାଗ୍ୟ ଓ ଭବିଷ୍ୟତ। ତେବେ ଘଟଣା ର ୩ଦିନପରେ ସଂପୃକ୍ତ ନର୍ସିଂହୋମ ର ଷ୍ଟାଫ୍ ଓ ନିଜେ ଡାକ୍ତର ମୃତ ରଞ୍ଜିତାଙ୍କ ଗ୍ରାମ ସିନ୍ଦୁରପୁର ରେ ପହଞ୍ଚି ଏମିତି ଘଟଣା କେବେ କେବେ ହୁଏ ହେଲେ ଶିଶୁଟିର ଲାଳନପାଳନ କଥା ଆମେ ବୁଝିବୁ ଆମେ ଏଡେ ଅବିବେକି ନୋହୁ ହେଲେ ଯଦି କେହି ମିଡିଆ ,ଟିଭିବାଲି କି ହସ୍ପିଟାଲ ଷ୍ଟାଫ୍ ଆସନ୍ତି ତେବେ ଏହା ଆମ ଭାଗ୍ୟରେ ଥିଲା ଡାକ୍ତରବାବୁ ତାଙ୍କର ସମସ୍ତ ଚେଷ୍ଟା କରିଥିଲେ ବୋଲି କହିବ ବୋଲି ତାଙ୍କ ପରିବାର ଲୋକଙ୍କୁ ପ୍ରବର୍ତ୍ତାଇଥିବା ଏକ ଓଡିଓ ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More