ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୮ ଗୁରୁତର

12

Get real time updates directly on you device, subscribe now.

ଆଙ୍କର:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଆଜି ସକାଳୁ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବାର ଜଣାପଡିଛି। ଅଟୋଟି ଆଠ ଜଣ ଯାତ୍ରୀଙ୍କୁ ନେଇ ହନ୍ତାଳ ଗୁଡା ଠାରୁ ଚିତ୍ର କୋଣ୍ଡା ଅଭିମୁଖେ ଯାଉଥିବା ସମୟରେ ହଠାତ୍ ବ୍ରେକ ଫେଲ ହୋଇଯାଇଥିଲା ଯାଫଳରେ ଅଟୋଟି ଘାଟିରେ ଓଲଟି ପଡିଥିଲା । ଓଟରେ ଥିବା ଆଠ ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥୂବାବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜଣକ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ବେହୋସ୍ ହୋଇ ଯାଇଛନ୍ତି। ଖବର ପାଇ ଜୋଡା ଆମ୍ବ ସ୍ବାସ୍ଥ୍ୟ କେନ୍ଦ୍ରର ଏଲ୍ ଟି ଶ୍ରୀ ଗଙ୍ଗାଧର ହନ୍ତାଳ ଗୋବିନ୍ଦ ଚନ୍ଦ୍ର ପୁନା,ଆଟେଣ୍ଡର ମୋନଜ ଶିକ୍ଷା ସିକୁରିଟି ଗାଡ଼ିଙ୍କ ସହ ସ୍ବାସ୍ଥ୍ୟ କେନ୍ଦ୍ର କର୍ମ ଚାରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହୋତ ଏବଂ ଗୁରୁତର କୁ ପ୍ରାଥମିକ ଚିକିତ୍ସା କରିବା ପରେ ସମସ୍ତଙ୍କୁ ଚିତ୍ର କୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଖବର ପାଇ ହନ୍ତାଳ ଗୁଡା ରେ ଅବସ୍ଥାପିତ ସୂରକ୍ଷା କର୍ମୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହୋତ ଏବଂ ଗୁରୁତର କୁ ଚିତ୍ର କୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର କୁ ତାଙ୍କ ର ଆମ୍ବୁଲାନ୍ସ ଯୋଗେ ପଠାବାରେ ସହଯୋଗ କରିଥିଲେ। ସମସ୍ତ ଆହୋତ ଏବଂ ଗୁରୁତର ବର୍ତ୍ତମାନ ଚିତ୍ର କୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଧିନ ଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More