ସ୍ବାଭିମାନ ଅଂଚଳ ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

12

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ପଣସ ପୁଟ ସଦର ମହକୁମା ଠାରେ 1963ମସିହା ଠାରୁ ମାଲକାନଗିରି ମଙ୍ଗଳ ବିଭାଗ ଅଧିନରେ ଚାଲି ଆସୁଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସ୍ଥା ଶୋଚନୀୟ ନିକଟରେ 5ଟି‌ ଅନୁଦାନ ରେ ସ୍କୁଲ ର ରୂପାନ୍ତରିତ କରାଯାଇ ଥିବା ବେଳେ ବର୍ତ୍ତମାନ ତାହାର ଅବସ୍ଥା ଶୋଚନୀୟ କେବଳ 5ଟି ଅନୁଦାନ ଟଙ୍କା କୁ ଚଳୁ କରି ଜେଇ ଓ ଠିକାଦାର ମଧୁଚନ୍ଦ୍ରିକା ରେ ଖାଲି କଲର କରି କାମ ସାରି ଦେଲେ ଯାହା କିଛି ବି କାମ କଲେ ସବୁ ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ବେଳେ ଏବେ ଘର ଗୁଡ଼ିକ ରେ ବର୍ଷା ପାଣି ଭର୍ତ୍ତି ପିଲା କିଭଳି କ୍ଲାସ ବସିବେ ପାଠ କେମିତି ପଢିବେ ଚିନ୍ତା ର ବିଷୟ ପାଲଟିଛି। ନୂତନ ଭାବରେ 5ଟି ଅନୁଦାନ ରେ ତିଆରି କରାଯାଇଥିବା ସ୍କୁଲ ର ଓଫିସ୍ ଗୃହ ଛାତ ରୁ ଅନ ବରତ ପାଣି ଗଳୁଥିବା ହେତୁ ପ୍ରଧାନ ଶିକ୍ଷକ ଏକ ଜରିପାଲ ପକାଇ ଓଫିସ୍ କାମ କରୁଛନ୍ତି 5ଟି ଅନୁଦାନ ରେ ସ୍କୁଲ ଗୁଡ଼ିକ ର ଉନ୍ନତି କରଣ ନିମନ୍ତେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ସବୁ ଅଲଗା ଚିତ୍ର ଦେଖିବାକୁ ମିଳିଛି କେବଳ ଜେଇ ଏବଂ ସମ୍ପୃକ୍ତ ଠିକାଦାର ମାନେ ମାଲେ ମାଲ ହେଉଥିବା ବେଳେ ‌କୋଣସି କାର୍ଯ୍ୟ ଠିକ୍ ରୂପେ ହେଉନାହିଁ ବିଶେଷ କରି ପଣସ ପୁଟ ସ୍କୁଲ ରୁପାନ୍ତର କାର୍ଯ୍ୟ ଚାଲୁଥିବା ସମୟରେ ଅନେକ ବାର ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ଜେଇ ବାବୁ ଙ୍କୁ ଜଣାଇ ଥିଲେ ମଧ୍ୟ ସେ କାହା କଥା କୁ କର୍ଣ୍ଣପାତ ନକରି ତରବରିଆ ଭାବେ କାମ ଟି ଶେଷ କରି ଚାଲିଯାଇଛନ୍ତି ଯାହାର ପରିଣାମ ଏବେ ନିରିହ ଆଦିବାସୀ ଛାତ୍ର ଛାତ୍ରୀ ମାନେ ଭଗୁ ଛନ୍ତି। ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନ ଦେଲେ ପିଲାମାନଙ୍କର ପାଠପଢାରେ ନିଶ୍ଚିତ ଭାବରେ ଅସୁବିଧା ସୃଷ୍ଟି ହେବ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ତଦନ୍ତ କରି ସୁସମାଧାନ କରିବାକୁ ଅଞ୍ଚଳ ବାସି ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More