ନାଉଗାଁ(ସଂଘର୍ଷ ମିଡିଆ ) : – କରୋନା ମହାମାରୀ ସମୟରେ ସରକାର ଯେଉଁଭଳି ଭାବେ ନୀତି ନିୟମ ପ୍ରଣୟନ କରିଛନ୍ତି।ଯାହା ଫଳରେ ସାଧାରଣ ଶ୍ରମିକ ନିଜର ଜୀବନ ଜୀବିକା ନିର୍ବାହ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି।ଏହି ଭଳି ଦୁର୍ଦ୍ଦିନରେ ସରକାର ଶ୍ରମିକଙ୍କ ଜୀବନ ରକ୍ଷା କରିବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ଶ୍ରମିକ ବିରୋଧୀ ନୀତି ପ୍ରଣୟନ କରିଚାଲିଛନ୍ତି। ତେଣୁ ନାଉଗାଁ ଓଡ଼ିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ ନାଉଗାଁ ବ୍ଲକ୍ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ତାଙ୍କର ମୁଖ୍ୟତଃ ପାଞ୍ଚଟି ଦାବି ରହିଛି କି?
୧- ସ୍ବାବଲମ୍ବୀ କାରିଗର ଓ ପମ୍ପ ଚାଳକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ।
୨-ଏସ୍.ଇ.ଏମ ମାନଙ୍କୁ ପ୍ରତିମାସ ନିୟମିତ ପାରିଶ୍ରମିକ ପ୍ରଦାନ କରାଯାଉ।
୩ – ଏସ୍.ଇ.ଏମ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ।
୪ – କାର୍ଯ୍ୟରତ ଏସ୍.ଇ.ଏମ ମାନଙ୍କ ଅକାଳ ମୃତୁରେ ପରିବାରକୁ ଅନୁନ୍ୟ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ।
୫ – କରୋନା ରେ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ଆବଶ୍ୟକୀୟ ଆର୍ଥିକ ସହୟତା ପ୍ରଦାନ କରାଯାଉ।
ଏଥିରେ ନାଉଗାଁ ସ୍ବାବଲମ୍ବୀ କାରିଗର ସଂଘର ସଭାପତି ପବିତ୍ର କୁମାର ପରିଡ଼ା,ସମ୍ପାଦକ ବିଶ୍ୱଜିତ୍ ମହାନ୍ତି, ପିତବାସ ଦାସ, ଧନେଶ୍ଵର ଦାସ, ଲୋକନାଥ ସ୍ୱାଇଁ ,ରତ୍ନାକର କାଣ୍ଡି, ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି। ନାଉଗାଁ ରୁ ତାପସ କୁମାର ଦାସ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।
Get real time updates directly on you device, subscribe now.
Prev Post