ସ୍ବାବଲମ୍ବି ଭାରତ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ରାଇରଙ୍ଗପୁରର ମୁଖ୍ୟ ମାର୍ଗରେ ଥିବା ପୂର୍ଣ୍ଣ ଚନ୍ଦ୍ର ଭବନ ଠାରେ ସ୍ୱାବଲମ୍ବି ଭାରତ ସମାଜର ଯୁବବର୍ଗ ତଥା ବେକାର ଲୋକଙ୍କୁ ସ୍ବାବଲମ୍ବି କରିବା ାସ୍ବାବଲମ୍ବି ର ଅର୍ଥ ଅନ୍ୟ ଉପରେ ନିର୍ଭର ନକରି ନିଜେ କୌଣସି ଉଦ୍ୟାେଗ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଲୋକଙ୍କୁ ରୋଜଗାର ଯୋଗାଇ ଆତ୍ମନିର୍ଭରଶୀଳ କରିବା। ଏବେ ଦଶ କୋଟିର ଉର୍ଦ୍ଦ ବିଭିନ୍ନ ବୈଷୟିକ ଶିକ୍ଷାା କରି ବେକାର ହେଉଛନ୍ତି। ସରକାର ସମସ୍ତଙ୍କୁ କର୍ମ ଯୋଗାଇ ଦେବା ଅସମ୍ଭବ, ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ଶିଳ୍ପ,ଚାଷ ଓ କୁଟୀର ଶିଳ୍ପରେ ନିୟୋଜିତ କରି ପାରିଲେ ଦେଶ ସ୍ବାବଲମ୍ବୀ ହେବା ସହ ସମାଜରେ ଆର୍ଥିକ ସ୍ବଛଳତାରେ ବିକଶିତ ହେବ ଏବଂ ଦେଶ ଆର୍ଥିକ ମହାଶକ୍ତି ରେ ପ୍ରତିଷ୍ଠିତ ହୋଇପାରିବ। ଏହି ସ୍ବାଭିମାନ ଭାରତ ଉପରେ ଏକ ସାଧାରଣ ବୈଠକ ରାଇରଂଗପୁରସ୍ତ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ପ୍ରବକ୍ତା ଭାବେ ଶାରଦା ପ୍ରସାଦ ତ୍ରିପାଠୀ,ମୁଖ୍ୟ ଅତିଥି ରୂପେ ନବୀନ କୁମାର ରାମ,ପୂର୍ବ ଓ ପଶ୍ଚିମ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ମିଶ୍ର ଏବଂ ବଂଶୀଧର ଦାସ ଯୋଗ ଦେଇ ସ୍ବାବିମାନ ଭାରତ ସଂପର୍କରେ ସମ୍ୟକ୍ ବକ୍ତବ୍ୟ ଦେଇଥିଲେ ାବରୁଣ ଦେ ମଂଚ ପରିଚାଳନା କରିଥିବା ବେଳେ ଗୁରୁଚରଣ ହେମ୍ବ୍ରମ୍ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ଗୋପାଳ ସିଂ ଝରାଡିହି, ବସନ୍ତ ମଣ୍ଡଳଙ୍କୁ ଉତ୍ତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ଦିଲ୍ଲୀପ ସାହୁ, ରବି ନାରାୟଣ ମୋଦକ,ଗୋପାଳ ସିଂ ନିଜନିଜର ମନ୍ତବ୍ୟ ଦେଇଥିଲେ। ଏହି କାଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଲୋକମାନେ ଆସି ସ୍ବାଭିମାନ ଭାରତ କର୍ମଶାଳାକୁ ସଫଳ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More