ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ଅନ୍ତର୍ଯାମୀ ଦାଶଙ୍କର ଜନ୍ମ ଶତବାର୍ଷିକୀ ପାଳିତ

21

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : – ବିରିଡି ବ୍ଲକ ଅନ୍ତର୍ଗତ ପୁରଣ ପଞ୍ଚାୟତ ରାୟ ରଘୁନାଥପୁର ଶାସନ ନୀଳକଣ୍ଠଶ୍ୱର ମନ୍ଦିର ପରିସରରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅନ୍ତର୍ଯାମୀ ଦାଶଙ୍କ ଜନ୍ମ ଶତବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଡ଼ଃ ଅଭୟ କୁମାର ଦାଶ ଓ ପଣ୍ଡିତ ଅଟଳ କୁମାର ଦାଶଙ୍କ ପକ୍ଷରୁ ଆୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଫେସର ବ୍ରଜସୁନ୍ଦର ମିଶ୍ର,ଡ଼ଃ ଶ୍ରୀଚରଣ ଦାଶ,ପୂର୍ବତନ ସରପଞ୍ଚ ଶ୍ୟାମକାନ୍ତ ମହାନ୍ତି, ପଣ୍ଡିତ ନିତ୍ୟାନନ୍ଦ ନନ୍ଦ,ସୁରେନ୍ଦ୍ରନାଥ ଦାଶ, ଡ଼ଃ ଅକ୍ଷୟ ମିଶ୍ର,ଅରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଅନ୍ତର୍ଯାମୀ ଦାସ୍ ଏକା ଧାରାରେ ଜଣେ ପଣ୍ଡିତ, ରାଜନୀତିନଜ୍ଞ, ସମାଜ ସଂସ୍କାରକ, କର୍ମକାଣ୍ଡ ବିଶାରଦ, ଆୟୁର୍ବେଦିକ ଚିକିତ୍ସିକ ସର୍ବୋପରି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କର ପାଣ୍ଡିତ୍ୟ ବଳରେ ଓଡ଼ିଶାର ସବୁ ସ୍ଥାନରେ ପୂଜା ପାଉଥିଲେ ବୋଲି ତାଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ଓ ସ୍ମୃତି ଚାରଣ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More