ସ୍ବର୍ଗତ ଡକ୍ଟର ଭୋଳନାଥ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜନ୍ମ ଥିଲେ ମୃତ୍ୟୁ ଅଛି।କିନ୍ତୁ ସୁଗୁଣ ଓ ସୁକର୍ମ ହିଁ ମଣିଷକୁ କାଳଜୟୀ କରିଥାଏ। ଏହାକୁ ଯଥାର୍ଥରେ ପ୍ରମାଣିତ କରିଯାଇଛନ୍ତି ସ୍ବର୍ଗତ ଡକ୍ଟର ଭୋଳନାଥ ରାଉତ ବୋଲି ଆଜି ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ପ୍ରଫୁଲ୍ଲ ପାଠାଗାର ପରିସରରେ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପରିଷଦ ର ସଭାପତି ତଥା ବରିଷ୍ଠ ସ୍ତମ୍ଭକାର, ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ।ମୁଖ୍ୟଅତିଥି ଭାବେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଯୋଗଦେଇ ସ୍ବର୍ଗତ ରାଉତ ଜଗତସିଂହପୁର ଇତିହାସ ଅତୀତ ଓ ବର୍ତ୍ତମାନ ସଂକଳନ ପାଇଁ କାଳ କାଳକୁ ଅବିସ୍ମରଣୀୟ ହୋଇ ରହିବେ ବୋଲି କହିବା ସହିତ ଏଥିପାଇଁ ସେ ସମଗ୍ର ଓଡ଼ିଶାରେ ନିଜପାଇଁ ସ୍ୱତନ୍ତ୍ର ସ୍ଥାନ ଛାଡିଯାଇଛନ୍ତି।ମୁଖ୍ୟବକ୍ତା ଭାବେ ପାଠାଗାର ସଭାପତି ତଥା ଶିକ୍ଷାବିତ ରବୀନ୍ଦ୍ର ନାଥ ତ୍ରିପାଠୀ ତାଙ୍କ ବକ୍ତବ୍ୟ ରେ ଡକ୍ଟର ଭୋଳାନାଥ ରାଉତଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ତାଙ୍କ ସାହିତ୍ୟ କୃତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉଶ୍ଚ ହୋଇ ରହିବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଉପଦେଷ୍ଟା ଵିଜୟ କୁମାର ପତି, ଶିକ୍ଷାବିତ ରାମଚନ୍ଦ୍ର ଆଚାର୍ଯ୍ୟ, ସତ୍ୟବାଦୀ ସାହୂ, ଅଜୟ କୁମାର ପତି ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ବର୍ଗତ ରାଉତଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଶେଷରେ ରୁଦ୍ର ପ୍ରସାଦ ପତି ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More