ଭଦ୍ରକ(ସଂଘର୍ଷ ମିଡିଆ ) : : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ଚାଷୀ କମିଟି ଓ ପାଣି ପଞ୍ଚାୟତ କମିଟିର ସଭାପତି ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଗନ୍ଧିଆ ପଦୀ ଗ୍ରାମର ସ୍ବର୍ଗତ ଜଗବନ୍ଧୁ ସ୍ବାଇଁଙ୍କ ଦ୍ୱାଦଶାହ କ୍ରିୟାରେ ଶୁକ୍ରବାର ସନ୍ଧ୍ୟାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ଶ୍ରୀ ସ୍ୱାଇଁଙ୍କ ସ୍କୁଲ ସମୟ ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ କିଭଳି ଭାବରେ ପଞ୍ଚାୟତ ବାସୀ ଓ ସାଙ୍ଗସାଥୀ ମାନଙ୍କର ସୁଖ ଦୁଃଖରେ ଛିଡ଼ା ହୋଇ ସେବା କରିଛନ୍ତି ସେ ସ୍ମୃତିକୁ ମନେ ପକାଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବହୁ ରାଜନୈତିକ ବନ୍ଧୁ, ସାଙ୍ଗସାଥି ଆତ୍ମୀୟ ସ୍ୱଜନ ନିଜ ନିଜର ବକ୍ତବ୍ୟ ରଖି ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଶ୍ରୀ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରି ଥିଲେ। ସ୍ବର୍ଗତ ଶ୍ରୀ ସ୍ୱାଇଁଙ୍କ ଜ୍ୱାଷ୍ଠ ପୁତ୍ର ଶ୍ରୀ ଅନିରୁଦ୍ଧ ସ୍ୱାଇଁ ବାପାଙ୍କ ଅନ୍ତେଷ୍ଟିକ୍ରିୟା ସମେତ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।
Get real time updates directly on you device, subscribe now.