ସ୍ପେନ୍ ମହିଳାଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

28

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୦ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ୫୦ ବର୍ଷୀୟ ଏକ ଅବିବାହିତା ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରାୟ ୫ ବର୍ଷ ତଳେ ଏହି ଝିଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼ ଲାଇନ ଉଦ୍ଧାର କରି ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହାର ସମସ୍ତ ଯତ୍ନ ଓ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା । ଝିଅଟିର କେହି ନଥିବା ଜାଣିବା ପରେ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ୩ ବର୍ଷ ହେଲା ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ”ନିସାନ ସାଲୋମ”, ପାରଳାଖେମୁଣ୍ଡି ମାଧ୍ୟମରେ ଝିଅଟିକୁ ଆଡପସନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା। ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ମହିଳାଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ମହିଳା ଭିଡ଼ିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ (ସୋମବାର ଦିନ ) ଶିଶୁଟିକୁ ମହିଳାଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ଏହି ଶିଶୁଟି କନ୍ୟା ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର ୧୦ ବର୍ଷ ହୋଇଥିଲା। ଶିଶୁଟିକୁ ପାଇ ମହିଳା ଜଣକ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା। ସାମ୍ବାଦିକ ମାନେ ମହିଳାଙ୍କୁ ଯେତେବେଳେ ପଚାରିଲେ ଆପଣ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାହାରି ଉତ୍ତରରେ ମହିଳା ଜଣକ କହିଥିଲେ ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ମୋତେ ବହୁତ ଭଲଲାଗେ। ମହିଳାଙ୍କ ସହ ଆଫା , ନୂଆଦିଲ୍ଲୀରୁ ଶ୍ରୀ ମୋତି ମେହେତାନି ଉପସ୍ଥିତ ଥିଲେ , ଯିଏକି ଆଫା ତରଫରୁ ସ୍ପେନ୍ କୁ ପ୍ରତିନିଧି କରୁଛନ୍ତି। ଏହି ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ପ୍ରାଉଡ଼ ବାଳିକା ଯତ୍ନ ଓ ସୁରକ୍ଷା ଅନୁଷ୍ଠାନର ହାଉସ୍ ମଦର ସୁଶ୍ରୀ ସୁକାନ୍ତି ଶବର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More