ସ୍ପଷ୍ଟ ଦିବାଲୋକରେ ପୋଲିସ ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟିଲେ ସୁନା ଅଳଙ୍କାର

13

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଆମେ ପୋଲିସ ବାଲା । ଏ ଅଟୋ ଡ୍ରାଇଭର ଗାଡ଼ି ସାଇଡ କର । ସାର୍ ଡାକୁଛନ୍ତି ତତେ କଣ ସୁଭୁନି। ମାଡ଼ାମ ଆପଣ କାହିଁକି ସୁନା ପିନ୍ଧିକି ବଜାରକୁ ଆସିଛନ୍ତି ଖୋଲିକି ବ୍ୟାଗରେ ରଖି ଦିଅନ୍ତୁ । ଏଭଳି କହି ଲୁଟି ଚାଲିଗଲେ ଲକ୍ଷ୍ୟଧିକ ଟଙ୍କାର ସୁନା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିନ ଦିପ୍ରହରରେ ଭଦ୍ରକ ହେଡ ପୋଷ୍ଟ ଅଫିସ ସାମ୍ନାରେ ଥିବା ତେଲ ଟାଙ୍କି ସମ୍ମାରେ। ଆଗରେ ପୋଲିସ ଚେକିଂ ହେଉଛି ସୁନା ଅଳଙ୍କାର ଉଲାନ୍ତୁ,ନହେଲେ 50 ହଜାର ଫାଇନ ଦିଅନ୍ତୁ। ଏପରି କହି ୪ ଜଣ ଯୁବକ ଅଟରେ ବସିଥିବା ମହିଳାଙ୍କୁ ଦୁଇ ପଟରୁ ଘେରି ଯାଇ ହାତରେ ପିନ୍ଧିଥିବା ଦୁଇ ଦୁଇ ଭରିର ସୁନା ବଳା ଓ ବେକରେ ପିନ୍ଧିଥିବା ଅଢେଇ ଭରିର ହାରକୁ ମଧ୍ୟ୍ୟ ଲୁଟି ନେଇ ଫେରାର ହେଇଯାଇଥିଲେ। କିଛି ବୁଝିବା ଆଗରୁ 4 ଲୁଟେରା ସଙ୍ଗେ ସଙ୍ଗେ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ପରେ ଏନେଇ ମହିଳା ଜଣଙ୍କ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି cctv ଯାଞ୍ଚ କରି ଲୁଟେରା ମାଞଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More