ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ

89

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ର 16 ଗୋଟି ପଞ୍ଚାୟତ E C ମେମ୍ବରମାନେ ସେମାନଙ୍କର ପୋଷ୍ଟ କୁ ସ୍ଥାୟୀ କରାଯାଉ ଓ ଦରମା 1000 ଟଙ୍କା ବଦଳ ରେ 10 ହଜାର କରାଯାଉ ଓ ସଭାନେତ୍ରୀ,ସମ୍ପାଦିକା ମାନନଙ୍କର ଦରମା ବଢ଼େଇବା ପାଇଁ ବାରଙ୍ଗ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ନରାଜ ମାର୍ଥାପୁର GPLFର ସଭାନେତ୍ରୀଙ୍କ କହିବା କଥା BLF ର ସଭାନେତ୍ରୀ ସୁମୀନା ପ୍ରଧାନ ଆମକୁ ଅସଂମାନିତ କରିଥିଲେ। ଆମେ E C ମେମ୍ବରମାନେ ଶାନ୍ତିଶୃଙ୍ଖଳା ର ସହିତ B L F ର ସଭାନେତ୍ରୀଙ୍କ ସହିତ ଆଲୋଚନା କରିବାକୁ ଯିବା ସମୟରେ ଗେଟ ପାଖରେ ତାଗିଦ କରି ଅସଂମାନିତ କରିଥିଲେ ବୋଲି କିନ୍ତୁ ଏକଥାକୁ BLF ର ସଭାନେତ୍ରୀ ସୁମୀନା ପ୍ରଧାନ ଖଣ୍ଡନ କରିଥିଲେ ଓ ମୁଁ କାହାକୁ ଅସଂମାନିତ କରିନାହିଁ ବୋଲି କହିଥିଲେ।ବାରଙ୍ଗ ବ୍ଲକ ବିଜେପି ଯୁବନେତା ତଥା ବାରଙ୍ଗ 32 ନମ୍ୱର ଯୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତ୍ତୀ EC ମେମ୍ବରମାନଙ୍କ ପାଖରେ ପହଞ୍ଚିଥିଲେ।ସରକାର E C ମେମ୍ବରମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି କରିବାକୁ କାହିଁକି ପଛାଉଛନ୍ତି ବୋଲି ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ କହିଥିଲେ। ECମେମ୍ବରମାନେ କହିଛନ୍ତି ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଭୋଟ ବର୍ଜନ କରିବେ ବୋଲି କହିଥିଲେ।କଟକ ଜିଲ୍ଲା ବାରଙ୍ଗ ବ୍ଲକରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More