ସ୍କୁଲରେ ପଡିଲା ତାଲା, ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

18

Get real time updates directly on you device, subscribe now.

Anchor କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ରୁଥିବା ଅଭିଯୋଗ ଆସିଛି ସେ ଛାତ୍ର ଛାତ୍ରୀକୁ ଦୁର୍ବ୍ୟବହାର କରୁଥିବା ସଙ୍ଗେ ମନମୁଖୀ କାର୍ଯ୍ୟ କରି ସ୍କୁଲର ବହୁମୂଲ୍ୟ ଗଛ କାଟି ବିକ୍ରି କରୁଥିଲେ ଅଭିଭାକ ତଥା ଶିକ୍ଷକ ମାନେ କହିବାରୁ ମଧ୍ୟ କର୍ଣ୍ଣପାତ କରୁନ ଥିଲେ ଶେଷ ରେ ବାଧ୍ୟ ହୋଇ ପ୍ରଧାନ ଶିକ୍ଷୟତ୍ରୀ କୁ ଅନ୍ୟତ୍ର ବଦଲୀ ସଙ୍ଗେସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଦାବି ଧାରଣା ଆଜି ଦ୍ୱିତୀୟ ଦିନରେ ଗ୍ରାମବାସୀ ତଥା ସ୍କୁଲ କମିଟି ମିଶି ସ୍କୁଲ୍କୁ ତାଲା ଲଗାଇ ଆନ୍ଦୋଳନ ଓ ଅନଶନ ରେ ବସିଛନ୍ତି ।ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ମୁଖ୍ୟ ଦାବି ରହିଥିବା ଜଣାପଡିଛି ।ଏହି ଆନ୍ଦୋଳନ କୁ ଦଣ୍ଡପାତ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି । ଆଜି ମାଟ୍ରିକ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଥିବାବେଳେ ଛାତ୍ର ଛାତ୍ରୀ ଓ ଅବିଭାବକ ଚିନ୍ତିତ ଥିଲେ ହେଁ ପ୍ରଶାସନ କୋୖଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଚ୍ଛ। ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ବିଭାଗ ତଥା ଧର୍ମଗଡ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳକୁ ପହଞ୍ଚିଥିଲେ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରି ଅଡ଼ି ବସିଥିଲେ । ଯେତେ ଦିନ ଯାଏ ଶିକ୍ଷୟିତ୍ରୀ ଙ୍କ ବଦଳି ନ ହୋଇଛି ଆନ୍ଦୋଳନ ଜାରୀ ରହିବା ସହ ତୀଵ୍ରତର କରାଯିବ ବୋଲି ଆନ୍ଦୋଳନ କାରୀ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରାବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More