କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନିଜି ଗଡ଼ ପଞ୍ଚାୟତର ଓସ୍ତ ନାରାୟଣୀ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲରେ ବହୁ ଦାମୀ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ସୂଚନା ଅନୁଯାୟୀ କୋଭିଡି ୧୯ ଲାଗି ସ୍କୁଲ ଛଅ ମାସ ହେଲା ବନ୍ଦ ଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହି ସ୍କୁଲକୁ କ୍ଵରେଣ୍ଟଟାଇମି କରାଯାଇ ପିଲା ମାନଙ୍କୁ ରଖାଯାଇଥିଲା। ଆଜି ସକାଳୁ ସ୍କୁଲକୁ ପ୍ରଧାନ ଶିକ୍ଷୟତ୍ରୀ ଅଫିସିକୁ ପରିଦର୍ଶନରେ ଆସିଥିଲାବେଳେ ଘର ତାଲା ଭଙ୍ଗାଯାଇଥିଲା ସବୁ ଆଲମାରୀ ବି ଭଙ୍ଗାଯାଇଥିଲା । ଇନ ଭଟର ମେସିନ, ବ୍ୟାଟେରି ଦୁଇଟି ଆକୁଆ ଗାଡ଼ ଓ ସାଇନ୍ସ କିଡ଼ ଏବଂ ଦାମୀ କାଗଜ ପତ୍ର ସହ ବହୁ ଆସବାପାତ୍ର ଚୋରି ହୋଇଥିବାର ସୂଚନା ହସ୍ତଗତ ହୋଇଛି। କଳା ପଟାରେ ଦିଦିଙ୍କ ନାମ ଲେଖି ଧମକ ମଧ୍ୟ ଦେଇଛନ୍ତି ନରସିଂହପୁର ଥାନାରେ ଏତଲା ଦିଆଯାଇଛି। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ପୂର୍ବରୁ ସ୍କୁଲ ପାଖରୁ ତିନି ତିନି ଥର ଚୋରି ହୋଇଥିଲେ ମଧ୍ୟ ପୋଲିସ ନିରିବଦ୍ରଷ୍ଟା ସାଜିଥିଲା । ନରସିଂହପୁରରେ ଯେତେ ଚୋରି ହୋଇଛି ପୋଲିସ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏଠି ପୋଲିସ ଉପରୁ ସାଧାରଣ ଜନତାଙ୍କ ଭରଷା ତୁଟି ଯାଉଛି ବୋଲି ବରିଷ୍ଠ ନାଗରିକ ମଞ୍ଚ ସୂଚନା ଦେଇଛନ୍ତି ସେପଟେ ହାଟ ଛକରେ ପ୍ରଚୁର ପରିମାଣରେ ଦେଶି ବିଦେଶୀ ଚୋର ମଦ ବିକ୍ରୀ ଚାଲିଥିଲାବେଳେ ପୋଲିସ ହାତଗୁଞ୍ଜ ନେଇ ଚୁପ ବସିଛି ବୋଲି ଅଭିଯୋଗ ଆସିଛି ନରସିଂହପୁର ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।