ସ୍କୁଲରୁ ଚୋରୀ ହୋଇଥିବା ଚାଉଳ କିଣି ଗିରଫ ହେଲେ ଦୋକାନ ମାଲିକ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ,- ଆଶ୍ଚର୍ଯ୍ୟ ର କଥା ସ୍କୁଲ ରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ କୁ ମଧ୍ୟ ଚୋରି କରୁଛନ୍ତି ଚୋର। ବୌଦ୍ଧ ଜିଲ୍ଲା ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମ୍ପରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରୀ ଅଭିଯୋଗରେ ଜଣେ ଗିରଫ । ମିଳିଥିବା ସୂଚନା ଅନୁଯାୟୀ କଂପରା ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଗୋଦାମ୍ ଗୃହର ତାଲା ଭାଙ୍ଗି ଛାତ୍ରଛାତ୍ରିଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ହୋଇଥିବା ନେଇ ଆଜି ସକାଳୁ ୯:୩୦ ମିନିଟରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକମାନେ ଜାଣିବାକୁ ପାଇଥିଲେ ପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଛୁଟିରେ ଥିବାରୁ ଉପସ୍ଥିତ ଥିବା ଶିକ୍ଷକ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବରକୁ ଆଧାର କରି ବାଉଁଶୁଣି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଚୋରୀ ଚାଉଳ ସବୁ ସାହାଜପାଲ୍ ସ୍ଥିତ ପ୍ରେମାନନ୍ଦ ମେହେର କିଣିଥିବା ନେଇ କୌଣସି ବିଶ୍ଵସ୍ତ ସୂତ୍ରରୁ ପୋଲିସ୍ ଖବରପାଇବା ପରେ ଚାଉଳ ଗୋଦାମରେ ଚଢାଉ କରିଥିଲା। ଚଢାଉ କରିବା ପରେ ବିଦ୍ୟାଳୟର ଷ୍ଟିକର୍ ଲାଗିଥିବା ଅଖାବସ୍ତା ଦେଖିବାକୁ ପାଇବା ପରେ ଚୋରୀ ଚାଉଳ କିଣିଥିବା ନେଇ ୮ବସ୍ତା ଚାଉଳ ଜବତ୍ କରିବା ସହ ଦୋକାନ ମାଲିକ ପ୍ରେମାନନ୍ଦ ମେହେରଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍। ଏହି ଚୋରୀରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ସସ୍ମିତା ମଗର ସୁଚନା ଦେଇଛନ୍ତି।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More