ସ୍କୁଟି ରୁ ଖସି ମହିଳାଙ୍କ ମୃତ

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ରୋଗୀ ହୋଇ ଡାକ୍ତରଙ୍କୁ ଦେଖା କରିବାକୁ ଆସୁଥିବା ସମୟରେ ରାସ୍ତାରେ ଶବ ପାଲଟିଗଲେ ମହିଳା ।
ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା । ରାଇରଙ୍ଗପୁର ଟାଉନ ଥାନାଠାରୁ ଅନତି ୩ କିମି ଦୂରରେ ପୁରୁଣା ପାଣି ଆଡୁ ଆଜି ପୂର୍ବାହ୍ନ ୧୦.୪୫ଟା ସମୟ ପାଖାପାଖି ରାଇରଙ୍ଗପୁରକୁ ସ୍କୁଟିରେ ଏକ ଦମ୍ପତି ଆସୁଥିବା ବେଳେ ଆରୋହୀ ମହିଳା ଜଣକ ଖସି ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଠେଇ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା, ମାତ୍ର ଡାକ୍ତର ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ ।ଆଜି ପ୍ରବଳ ଗ୍ରୀଷ୍ମପ୍ରବାହ ।ଖରାରେ ଛଟପଟ ହେଉଛନ୍ତି ଲୋକେ । ସୂଚନାଯୋଗ୍ୟ ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ଗ୍ରାମର ଅବସରପ୍ରାପ୍ତ ନାଲୋକ କର୍ମଚାରୀ ଵାଣଜୁ ହେମ୍ବ୍ରମ ତାଙ୍କ ଅସୁସ୍ଥ ପତ୍ନୀ ରାଇବାରି ହାଁସଦା (୪୪) ଙ୍କୁ ସ୍କୁଟି ଯୋଗେ ରାଇରଙ୍ଗପୁର ଡାକ୍ତରଙ୍କୁ ଦେଖାଇବାକୁ ଆସୁଥିବା ସମୟରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ସ୍କୁଟିରୁ ପଛପଟେ ମହିଳା ଜଣକ ଖସି ପଡ଼ିଥିଲେ ।ପଛପଟ ମୁଣ୍ଡ ନାକ,କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଫଳରେ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More