ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

27

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ରାଇରଙ୍ଗପୁରରେ ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଗଢ଼ର ଅଜୟ ପୃଥଳ(୨୮) ନିଜ ସ୍କୁଟିରେ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଜଣେ ଆରହି ପଲସର ବାଇକରେ ଦୃତଗତିରେ ଆସି ମୁହାଁମୁହିଁ ଧକ୍କା ହୋଇଥିଲା । ଅଜୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଚିକିତ୍ସ୍ୟଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।ଘଟଣାଟି ଆଜି (ସୋମବାର) ରାତି ୮ଟା ପାଖାପାଖି ସମୟରେ ଘଟିଥିଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଯାନକୁ ଜବତ କରି ଏକ ମାମଲା ରୁଜ୍ଜୁ କରିଛି । ରାଇରଙ୍ଗପୁରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More