ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର କନକ ପୁର ସ୍ଥିତ ମା ଶାରଳା ମନ୍ଦିର ପ୍ରାଙ୍ଗଣରେ ସୌର ବ୍ରାହ୍ମଣ ପରିଷଦ ଓଡିଶା ଜଗତସିଂହପୁର ଜିଲା ଶାଖାର ମହା ବିଷୁବ ପଣା ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ପାଳନ ପରିଷଦର ସଭାପତି ପଣ୍ଡିତ ଅମ୍ବିକା ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସୌର ବ୍ରାହ୍ମଣ ପରିଷଦ ଓଡିଶା ର ରାଜ୍ୟ ସଭାପତି ପଣ୍ଡିତ ରଘୁନାଥ ଦାଶ,ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଗଠକ ପଣ୍ଡିତ ଅନନ୍ତ ଚରଣ ନାୟକ ଶର୍ମା ଯୋଗଦେଇ ନବ ପଞ୍ଜିକା ଶୁଭାରମ୍ଭ କରିବା ସହ ରାଷ୍ଟ୍ର ଫଳ ସମ୍ପର୍କରେ ଆଲୋକପାତ କରିକହିଥିଲେ ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବ ଭଲ ଅଛି, କୃଷି କ୍ଷେତ୍ରରେ ଉନ୍ନତି ସହ ଅଭିବୃଦ୍ଧି ହେବ ବୋଲି ମତବ୍ୟକ୍ତ କରିଥିଲେ।ପରିଷଦର ସଂପାଦକ ତ୍ରିନାଥ ଆଚାର୍ଯ୍ୟ କହିଥିଲେ ରାଜନୈତିକ ଅସ୍ଥିରତାଲାଗିରହିବା ସହ ବଡ ଧରଣ ର ପ୍ରାକୃତିକ ବିପର୍ଯ୍ୟୟ ର ସମ୍ଭାବନା ରହିଛି।ଏହି କାର୍ଯ୍ୟକ୍ରମ ରେ ପରିଷଦର ଉପ ସଭାପତି ତପନ କୁମାର ନାୟକ ଶର୍ମା, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ, ଉପଦେଷ୍ଟା ପଣ୍ଡିତ ରବିନାରାୟଣ ଆଚାର୍ଯ୍ୟ, ପଣ୍ଡିତ ନିରଞ୍ଜନ ଆଚାର୍ଯ୍ୟ,ମହେନ୍ଦ୍ର କୁମାର ନାୟକ ଶର୍ମା, ବିଭୁପ୍ରସାଦ ନାୟକ ଶର୍ମା, ଭାଗୀରଥି ନାୟକ,ଦୁର୍ଗା ପ୍ରସାଦ ମହାପାତ୍ର, ଚନ୍ଦ୍ର ଶେଖର ନାୟକ ଶର୍ମା, ଅରୁଣ କୁମାର ମହାପାତ୍ର, ଶଶିକାନ୍ତ ଆଚାର୍ଯ୍ୟ, ରଞ୍ଜିତ କୁମାର ନାୟକ ଶର୍ମା ପ୍ରମୂଖ ଯୋଗ ଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।