ସୌରୀବେଙ୍ଗେସ ବିଦ୍ୟାଳୟରୁ ଚୋରି ଅଭିଯୋଗ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୌରିବେଙ୍ଗସ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ, ଗତ ୧୫ତାରିଖରେ ସବୁଦିନ ପରି ବିଦ୍ୟାଳୟ ବନ୍ଦ କରି ପ୍ରଧାନ ଶିକ୍ଷକ ଦେବରାଜ ମଲ୍ଲିକ ନିଜ ଘର ହରଭଙ୍ଗାକୁ ଫେରିଥିଲେ ।ପରଦିନ ସକାଳେ ଗ୍ରାମବାସୀ ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ ଚୋରୀ ହୋଇଥିବା ନେଇ ଆଜି କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ୧୫୬ କିଗ୍ରା ଚାଉଳ , ସୋୟାବିନ ବଡି, ଡାଲି ଓ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଆବଶ୍ୟକୀୟ ସାମଗ୍ରୀ ଚୋରି ହୋଇଥିବା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।ସୂଚନା ଥାଉକୀ ,ପୂର୍ବରୁ ଜୁନ ୧୭ତାରିଖରେ ଏହି ବିଦ୍ୟାଳୟରୁ ଚୋରି ହୋଇଥିବା ବେଳେ ଥାନାରେ ତତ୍କାଳୀନ ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିଥିଲେ ।ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଦୁର୍ବୃତ୍ତ ମାନେ ପୁଣିଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ।ଏହାର ବିଧିବଦ୍ଧ ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।ଏବିଷୟରେ ଆମେ କଣ୍ଟାମାଳ ଥାନା ଅଧିକାରୀ ଶ୍ରୀଯୁକ୍ତ ନଳିନୀ କାନ୍ତ ଦାସଙ୍କୁ ପଚାରିବାରୁ ଏହାର ତଦନ୍ତ ଚାଲିଥିବା କହିଛନ୍ତି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More