ସୌଭାଗ୍ୟ ମଲ୍ଲିକଙ୍କୁ ଆର୍ଥିକ ସହାୟତା ଓ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ

17

Get real time updates directly on you device, subscribe now.

କଟକ(ସଂଘର୍ଷ ନୀଉଜ): କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଡିମିରି ପଞ୍ଚାୟତରେ ସୌଭାଗ୍ୟ ମଲ୍ଲିକ ଜଣେ ପ୍ରାଇଭେଟ ସ୍କୁଲରେ ପିଅନ ଚାକିରୀ କରିଛନ୍ତି। ଦରମା ମାସକୁ ୫୦୦୦ (ପାଞ୍ଚ ହଜାର)ଟଙ୍କା। ସେଥିରେ ତାଙ୍କର ଗୋଟେ ପୁଅ ,ଦୁଇ ଝିଅଙ୍କୁ ମିଶାଇ ପାଞ୍ଚ ଜଣ ପରିବାର। ପରିବାରର ସୌଭାଗ୍ୟ ଜଣେ ମାତ୍ର ରୋଜଗରିଆ। ଦୁଃଖ କଷ୍ଟେ ପରିବାର ଚଳି ଆସୁଥିଲା। କିନ୍ତୁ ଦଇବ ସହିଲେ ନାହିଁ ଗୁହାଳକୁ ଗଲାବେଳେ ପଡିଗଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ଅଡଶପୁର ମେଡିକାଲକୁ ନେଲେ । ସେଠାକାର ଡାକ୍ତର କଟକ ନେବାକୁ କହିଲେ। କଟକରେ ୧୦ ଦିନ ମେଡିକାଲରେ ରହିଲେ। ତାଙ୍କ ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲା। ଡାକ୍ତର ୧୦ଦିନ ପରେ ମେଡିକାଲରୁ ଡିସଚାର୍ଜ କରିଦେଲେ। ଏବେ ଘରେ ଶଯ୍ୟାଶାୟୀ,ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ପରିବାରରେ ୧୦ ରୁ ୧୨ଦିନ ହେବ ଠିକ ସେ ଚୁଲି ଜଳି ନାହିଁ । ପରିବାର ତରଫରୁ ବିନମ୍ର ଅନୁରୋଧ କି ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଓ ଚିକିତ୍ସାର ବ୍ୟବସ୍ଥା କରାଇଲେ ଲୋକଟିର ଜୀବନ ବଞ୍ଚିବା ସହିତ ଗୋଟେ ଅସହାୟ ପରିବାର ମୁହଁରେ ହସ ଫୁଟିପ।ରନ୍ତ।। କଣ୍ଟାପଡାରୁ ରିପୋର୍ଟର ସନ୍ତୋଷ ପ୍ରଧାନ ଓ କ୍ୟାମେରା ମ୍ୟାନ ରାଜକିଶୋର ଦାସ ସଂଘର୍ଷ ନୀଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More