“ସୋସାଇଟି ଫର ସୋସିଆଲ ସଲିଡ଼ରିଟି” ତରଫରୁ ରାଜାମଟୁ ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରାଜମୋଟୁ ଗ୍ରାମରେ ଆଜି ନବରଙ୍ଗପୁର ପୋଡାଲ ଗୁଡା ସ୍ଥିତ ” ସୋସାଇଟି ଫର ସୋସିଆଲ ସଲିଡ଼ାରିଟି ” ଅନୁଷ୍ଠାନ ତରଫରୁ ଗରିବ,ଦୁଃହି,ରଙ୍କି, ଅସହାୟ, ବିଧବା ମାନଂକୁ ଶୁଖିଲା ଖାଦ୍ୟ ଚାଉଳ, ଡାଲି,ତେଲ, ସୋୟାବିନ ବଡ଼ି, ବିସ୍କୁଟ, ଚୂଡ଼ା, ମଟର ଚ ଣା ସମେତ ଅନନ୍ୟ ଜିନଷ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ଅଧକ୍ଷ୍ୟ ଶ୍ରୀ ମୋତିରାମ ନାୟକ, ଯୋଗଦେଇଥିଲେ ! ଏବଂ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ବିଜେଡି ବ୍ଲକ ସଭାପତି ଶ୍ରୀ ବିଦ୍ୟାଧର ମଲ୍ଲିକ,ଏସ ଡି ସି ର ଉପାଧ୍ୟାକ୍ଷା ଭାନୁମତି, ମୁରଲୀ ନାୟକ, ରାଜେନ୍ଦ୍ର କୋଚିମ, ଏ କାନ୍ତ ସାହୁ, ତ୍ରିଲୋଚନ ଧକୁଳ, ତ୍ରିନାଥ ପ୍ରଧାନ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ସମିତି ଅନୁଷ୍ଠାନ ର ଅନୁଷ୍ଠାନ ର ରବିନ୍ଦ୍ର ଜଗନ୍ନାଥ ନାୟକ,ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ! ଏବଂ SOSS ଅନୁଷ୍ଠାନ ଏହିପରି ଜନହିତ କାରୀ କାର୍ଯ୍ୟ ଦେଖି ପ୍ରଂଶସା କରିବା ସହ ଅନ୍ୟ ଅନୁଷ୍ଠାନ ମାନଂକୁ ମଧ୍ୟ୍ୟ ଏହିପରି କାର୍ଯ୍ୟକ୍ରମ କରନ୍ତୁ , ଯାହା ସାହାଯ୍ୟ ଦରକାର ହେଲେ ଆମେ କରିବୁ ବୋଲି ନିଜର ମତ ପ୍ରକାଶ କରିଥିଲେ ! ରାଜେନ୍ଦ୍ର କୋଚିମ ସ୍ୱାଗତ ଭାଷଣ ଦେବାସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ! SOSS ଅନୁଷ୍ଠାନର ନିର୍ବାହୀ ଅଧ୍ୟକ୍ଷ ଏସ.ଅଶୋକ କୁମାର କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନ ର ମୂଳ ଲକ୍ଷ ଏବଂ ଉଦେଶ୍ୟ ଉପରେ କହିଥିଲେ ! ଏହି କାର୍ଯ୍ୟକ୍ରମ କୁ ସନ୍ତୋଷ ବୈରାଗୀ,ପ୍ରତୁଷା ରାଣୀ, ଲିପିକା ଧାନପୁଲ ଏବଂ ସଞ୍ଜୁ ପରିଚାଳନା କରିଥିଲେ ! SOSS ଅନୁଷ୍ଠାନ ତରଫରୁ ଏହା ପୂର୍ବରୁ ନବରଙ୍ଗପୁର ଏବଂ ପଡୋଶୀ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ! ଏହି ଅନୁଷ୍ଠାନ ର ଏପରି କାର୍ଯ୍ୟ ଦେଖି ବିଭିନ୍ନ ମୋହଲରେ ପ୍ରଂଶସା କରୁଥିବାର ଦେଖିବାକୁ ମିଳୁଛି ! ରାଜମୋଟୁ ଗ୍ରାମବାସୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଏକ ବିରାଟ ଶୋଭାଯାତ୍ରା କରି ଗ୍ରାମ ପ୍ରରିଦର୍ଶନ କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More