ସୁବର୍ଣ୍ଣପୁର(ସଘର୍ଷ ମିଡିଆ) : ସୋନପୁର ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ଓ ସଚେତନ କରିବାକୁ ଏକ ଟିମ ଆଜି ବିଭିନ୍ନ ସ୍ଥାନରେ ଡ଼ାଇରିଆ ରୋଗ ବ୍ୟାପୁଥିବାରୁ ସୋନପୁର ସହରରେ ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଯେପରି ହୋଟେଲ ଓ ରେସଟୁରାଣ୍ଟ ମାନଙ୍କରେ ଲୋକମାନଙ୍କୁ ନଦିଅନ୍ତି ସେଥିପାଇଁ ସୋନପୁର ସହରରେ ଏସବୁର ଯାଞ୍ଚ ପାଇଁ ଏକ ଟିମ ସମସ୍ତ ହୋଟେଲ ଓ ରେସଟୁରାଣ୍ଟ କୁ ଯାଇ ଖାଦ୍ୟର ମନ ଯାଞ୍ଚ ଓ ସଚେତନ କରିଛନ୍ତି । ଏହି ଟିମରେ ଖାଦ୍ୟନିରାପତ୍ତା ଅଧିକାରୀ ସସ୍ମିତା ନାଏକ ସ୍ୱାସ୍ଥ୍ୟପରିଦର୍ଶକ ପ୍ରମୋଦ କୁମାର ସାହୁ ଓ ଅନ୍ୟ ମାନଙ୍କ ମଧ୍ୟରେ ରୁଚିକାନ୍ତ ଭୋଇ, ଶ୍ରୀବନ୍ତ ଖଣ୍ଡଗିରି, ରାକେଶ ମ।ହାନା ପ୍ରମୁଖ ଟିମ ସହିତ ଥିଲେ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।