ସୋନପୁର ସହରରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ପୋଲିସର ମିଳିତ ଚଢ଼ାଉ

15

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୋନପୁର ସହରରେ ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୋଲିସ ଟିମର ମିଳିତ ଚଢ଼ାଉ ପରେ ସହରର 26 ଗୋଟି ଦୋକାନରୁ 51କେଜି ବାସୀ ଖାଦ୍ୟକୁ ଫିଙ୍ଗା ଯାଇ ସମୁଦାୟ 7800 ଟଙ୍କା ଫାଇନ କରାଯାଇଥିଲା l ଆଗାମୀ ଦଶହରା ଉପଲକ୍ଷେ ହୋଟେଲ ମାନଙ୍କରେ ବିଶେଷ ଜନଗହଳି ହେବାକୁ ଥିବାରୁ ଏହି ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି । ଆଗାମୀ ଦିନରେ ହୋଟେଲ ରେସ୍ଟରାଣ୍ଟର ପରିଚାଳନାରେ ସୁଧାର ନଆସିଲେ ଏଇ ଟିମ ଦ୍ୱାରା ଅଚାନକ ଯାଞ୍ଚ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ କହିଛନ୍ତି l ଏହି ଟିମରେ ଏଡିପି ଏଚଓ (ଡ଼ି. ସି )ଡା, ରାମେଶ ଚନ୍ଦ୍ର ସ୍ୱାଇଁ, ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡି ଇ ଓ ଶ୍ରୀମନ୍ତଙ୍କ ସମେତ ଜିଲ୍ଲା ସଂଯୋଜକ ଜନ୍ମ ମୃତ୍ୟୁ ରୁଚିକାନ୍ତ ଭୋଇ, ରଜୀବ ପଧାନ, ପୋଲିସ କନେଷ୍ଟବଳ ପ୍ରମୋଦ ଦାସିଆ ଓ ସୁଷମା ଦଳେଇ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିେଲ। ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More