ସୋନପୁର (ସଂଘର୍ଷ ମିଡିଆ ) : ସୋନପୁର ବ୍ଲକ ର ଶିକ୍ଷା ପରିବାର ପକ୍ଷରୁ ଗତକାଲି ସନ୍ଧ୍ୟା ରେ ସୋନପୁର ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଏକ ସଂlସ୍କୃତିକ ସନ୍ଧ୍ୟା ମହକ ଆୟୋଜିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ମହକ ମୋ ହକ ରେ ପରିଣତ ହେଉ ବୋଲି ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିବା ବେଳେ ଶିକ୍ଷା ପରିବାର ର ଏଭଳି ଉଦ୍ୟମ ନିରନ୍ତର ଭାବେ ଜାରି ରଖିବାକୁ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର,ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ସୋନପୁର ବ୍ଲକ ର ଅସୁର ମୁଣ୍ଡା ସେବା ଶ୍ରମ, ମାଟିଆ ପାଲି ଉପ୍ରା ବିଦ୍ୟାଳୟ, ଖଲିଆ ପାଲି, ରେଙ୍ଗାଲି, ବହିର ଖମନ, ସାଗର ପାଲି, ଖାରି, ବୈଦ୍ୟ ନାଥ, ଉପ୍ରା ବିଦ୍ୟାଳୟ ସମେତ ଧଉରା ଖମନ, ପ୍ରତାପ ପୁର, ବଡ଼ ଝିଙ୍କି, ବଡ଼ ବଜାର ସରକାରୀ ଉପ୍ରା ବିଦ୍ୟାଳୟ, ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରମୁଖ ବିଦ୍ୟାଳୟ ର ସାଂସ୍କୃତିକ ଦଳ ଯୋଗ ଦେଇ ରଙ୍ଗା ରଙ୍ଗ ଗୀତ ନାଚ ପରିବେଷଣ କରି ଥିଲେ l ଏବଂ ଛାତ୍ର ଛାତ୍ରୀ ଅଭିଭାବକ ଓ ଦର୍ଶକ ଙ୍କ ମନ ମୋହି ଥିଲେ l କାର୍ଯ୍ୟକ୍ରମ କୁ ଗୀତାରାଣୀ ଦରୱାନ ଓ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥି ସଂଯୋଜନା କରିଥିବା ବେଳେ ସମସ୍ତ ସିଆରସିସି, ଏ ବି ଓ, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ଜ଼ିଲ୍ଲା ର ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷାଧିକାରୀ ମାନେ ଜ଼ିଲ୍ଲା ର ବିଭିନ୍ନ ବେସରକାରୀ ସ୍କୁଲ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇ ଆୟୋଜକ ଓ ଛାତ୍ର ଛାତ୍ରୀ ଙ୍କୁ ଖୁବ ଉତ୍ସାହିତ କରି ଆସୁଥିବା ବେଳେ ଦୀର୍ଘ ବର୍ଷ ର ପ୍ରତୀକ୍ଷା ପରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଏଭଳି ଏକ ସାଂସ୍କୃତିକ ଵା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କୁ ନିମନ୍ତ୍ରିତ ହୋଇ ବି ଜ଼ିଲ୍ଲା ଶିକ୍ଷା ବିଭାଗ ର ମୁଖିଆ ମାନଙ୍କ ଅନୁପସ୍ଥିତି ଓ ଛାତ୍ର ଛାତ୍ରୀ, ଅଭିଭାବକ ଙ୍କୁ ନିରାଶ କରିବା ଘଟଣା ସହର ର ଶିକ୍ଷା ପ୍ରେମୀ, ବୁଦ୍ଧିଜୀବୀ, ଓ ସଚେତନ ନାଗରିକ ଦୃଢ଼ ନିନ୍ଦl କରିବା ସହ ଘୋର ସମାଲୋଚନା କରିଛନ୍ତି l ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।