ସୋନପୁର ଥାନାର ନୂତନ ଥାନାଧିକାରୀଙ୍କୁ ଭେଟିଲେ ଓଡିଶା ସାମ୍ବାଦିକ ସଂଘ କର୍ମକର୍ତ୍ତା, ଅପରାଧ ନିୟନ୍ତ୍ରଣ ଲାଗି ଦେଲେ ବିଭିନ୍ନ ପରାମର୍ଶ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୋନପୁର ସଦର ଥାନାର ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କୁ ଆଜି ଭେଟିଲେ ଓଡିଶା ସାମ୍ବାଦିକ ସଂଘର ପ୍ରତିନିଧି ଦଳ l ସହରରେ ଚୋରି ଓ ଅସାମାଜିକ କାର୍ଯ୍ୟ କଳାପ ରୋକିବାକୁ ପୋଲିସ ନାଇଟ ବିଟ ପେଟ୍ରୋଲିଙ୍ଗକୁ କଡା କଡି କରିବାକୁ ଓ ନିଶା କାରବାର ରୋକିବାକୁ ପରାମର୍ଶ କରିଥିଲେ l ଏହା ସହିତ ସହରରେ ଚୋରି, ବାଇକ ଡ଼ିକିରୁ ଟଙ୍କା ଲୁଟ ଛିନତାଇ ଘଟଣା ବୃଦ୍ଧି ପାଉ ଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଖୁବ ଶୀଘ୍ର ରୋହିଙ୍ଗିଆ ଶ୍ରମିକ ଓ ବିଭିନ୍ନ ସମ୍ପ୍ରଦାୟର ରିଫ୍ୟୁଜି ମାନଙ୍କ ପଞ୍ଜିକରଣ ଓ ଚି଼ହ୍ନଟ ପ୍ରକ୍ରିୟା କୁ ବିଭିନ୍ନ ସାମାଜିକ ସଂଗଠନ ସହାୟତାରେ ତୁରନ୍ତ ଆରମ୍ଭ କରିବାକୁ ପରାମର୍ଶ କରିଥିଲେ l ପ୍ରଥମେ ସହରର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବାକୁ ଓ ଅପରାଧ ନିୟନ୍ତ୍ରଣ ସାଙ୍ଗକୁ ପ୍ରତ୍ୟେକ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିବି, ଏଥିପାଇଁ ସହର ବାସୀ ଙ୍କ ସହଯୋଗ ଲୋଡ଼ା ବୋଲି ଥାନା ଅଧିକାରୀ ଶ୍ରୀମତୀ ମେହେର ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More